ଆସାମ ପୌର ନିର୍ବାଚନ; ବଡ଼ ବିଜୟ ଅଭିମୁଖେ ବିଜେପି

ଆସାମ ପୌର ନିର୍ବାଚନ; ବଡ଼ ବିଜୟ ଅଭିମୁଖେ ବିଜେପି

ଆସାମ ପୌର ନିର୍ବାଚନ; ବଡ଼ ବିଜୟ ଅଭିମୁଖେ ବିଜେପି

ଗୌହାଟୀ : ଆସାମରେ ପୌର ନିର୍ବାଚନ ଭୋଟ ଗଣତି ଜାରି ରହିଛି।। ପୌର ନିର୍ବାଚନରେ ବିଜେପି ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛି। କହିବାକୁ ଗଲେ ଆସାମରେ ବିଜେପିର ଏକପାଖିଆ ବିଜୟ ହେବାକୁ ଯାଉଛି। ଏଯାବତ ହୋଇଥିବା ଭୋଟ ଗଣନା ଅନୁଯାୟୀ, ଆସାମର ୮୦ଟି ପୌର ପରିଷଦ ମଧ୍ୟରୁ ବିଜେପି ୭୨ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ଗୋଟିଏ, ଆସାମ ଗଣ ପରିଷଦ ଗୋଟିଏ ଓ ସ୍ୱାଧୀନ ୨ଟି ପୌର ପରିଷଦରେ ଆଗୁଆ ରହିଛନ୍ତି  । 

ବିଜେପି ଏଯାବତ ୨୯୬ ୱାଡର଼୍ରେ ଆଗୁଆ ରହିଥିବାବେଳେ କଂଗ୍ରେସ ୩୩ ୱାଡର଼୍ ଓ ଅନ୍ୟମାନେ ୬୨ ୱାଡର଼୍ରେ ଅଗ୍ରଣୀ ହାସଲ କରିଛନ୍ତି। ଆସାମ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହା ସ୍ପଷ୍ଟ ହୋଇଯାଇଛି  । 

ଅପରପକ୍ଷରେ ଏବେ ପ୍ରାରମ୍ଭିକ ଭୋଟ ଗଣତି ଜାରି ରହିଛି  । ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟ ବଦଳିବାର ଆଶଙ୍କା ରହିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି  ।

ଆସାମର ମୋଟ ୮୦ଟି ପୌର ପରିଷଦର ୯୭୭ ୱାଡର଼୍ ପାଇଁ ଭୋଟ ଗ୍ରହଣ ହୋଇଥିଲା  । ଗତ ରବିବାର ଭୋଟ ହୋଇଥିବାବେଳେ ୭୦% ମତଦାତା ଭୋଟ ଦେଇଛନ୍ତି  । ରାଜ୍ୟର ସମସ୍ତ ୨୪ଟି ଜିଲ୍ଲାରେ ଭୋଟ ଗ୍ରହଣ ହୋଇଥିଲା  ।

ନିର୍ବାଚନରେ ମୋଟ ୨୫୩୨ ପ୍ରାର୍ଥୀ ଅଂଶଗ୍ରହଣ କରିଥିବାବେଳେ ବିଜେପି ପକ୍ଷରୁ ସର୍ବାଧିକ ୮୨୫ ପ୍ରାର୍ଥୀ ଲଢୁଛନ୍ତି  । ଯେତେବେଳେକି କଂଗ୍ରେସର ୭୦୬ ଓ ଆସାମ ଗଣ ପରିଷଦର ୨୪୩ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି  ।