ଗୋବର ତିଆରି ଆଟାଚିରେ ମୁଖ୍ୟମନ୍ତ୍ରୀଙ୍କ ବଜେଟ

ଗୋବର ତିଆରି ଆଟାଚିରେ ମୁଖ୍ୟମନ୍ତ୍ରୀଙ୍କ ବଜେଟ

ଗୋବର ତିଆରି ଆଟାଚିରେ ମୁଖ୍ୟମନ୍ତ୍ରୀଙ୍କ ବଜେଟ

ରାୟପୁର: ବଜେଟକୁ ଗୋବର ତିଆରି ଆଟାଚିରେ ଉପସ୍ଥାପନ କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ନୂଆ ଧାରା ଦୃଷ୍ଟି କରିଛନ୍ତି। ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ଏପରି ଅଭିନବ ଢଙ୍ଗରେ ବଜେଟ ଉପସ୍ଥାପନ କରିଥିବା ଦେଖିବାକୁ ମିଳି ନଥିଲା। 


ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଗୋବର ତିଆରି ଆଟାଚି ଏବେ ଚର୍ଚ୍ଚାରେ। ସେ ରାଜ୍ୟ ବଜେଟ ଉପସ୍ଥାପନ ବେଳେ ଏହି ଆଟାଚିର ବ୍ୟବହାର କରିଛନ୍ତି। ଆଜି ସେ ବଜେଟ ଉପସ୍ଥାପନ ପୂର୍ବରୁ ଉକ୍ତ ଆଟାଚିକୁ ଧରି ବିଧାନସଭାରେ ପ୍ରବେଶ କରିଥିଲେ। ଏହାକୁ ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଛନ୍ତି।


ବୁଧବାର ମୁଖ୍ୟମନ୍ତ୍ରୀ ବାଘେଲ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ପାଇଁ ଛତିଶଗଡ଼ ବିଧାନସଭାରେ ପହଞ୍ଚିଥିଲେ। ଏହି ସମୟରେ ସେ ଗୋଟିଏ ଆଟାଚି ଧରିଥିଲେ। ଏହି ଆଟାଚିଟି ସଂପୂର୍ଣ୍ଣ ଭାବେ ଗୋବରରେ ତିଆରି ହୋଇଛି। ଅଲଗା ପ୍ରକାରର ଆଟାଚି ସହ ସେ ନିଜ ଅଫିସରେ ଫଟୋ ମଧ୍ୟ ଉଠାଇଛନ୍ତି।ଆଟାଚି ବା ଚାରି କୋଣିଆ ବ୍ୟାଗଟି ଗୋବରରେ ତିଆରି ହୋଇଥିଲେ ମଧ୍ୟ ବେଶ ଆକର୍ଷଣୀୟ ଦିଶୁଛି। ଆଟାଚିର ଚାରିପାଖରେ ଗହମ ରଙ୍ଗର ଖୋଦେଇ ମଧ୍ୟ ହୋଇଛି। ସେହିପରି ଏହାକୁ ଧରିବା ପାଇଁ ହ୍ୟାଣ୍ଡେଲର ବ୍ୟବସ୍ଥା କରାଯାଇଛି। ଗୋବର ତିଆରି ଆଟାଚିରେ ସେ ବଜେଟ ଉପସ୍ଥାପନ କରି ଗ୍ରାମୀଣ ଅର୍ଥନୀତି ଉପରେ ଫୋକସ କରୁଥିବା ସଙ୍କେତ ଦେବାକୁ ଚେଷ୍ଟା କରିଛନ୍ତି।