ଆସନ୍ତାକାଲି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି

ଆସନ୍ତାକାଲି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି

ଆସନ୍ତାକାଲି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି
ନୂଆଦିଲ୍ଲୀ:ଦେଶରେ କରୋନା କବଳରୁ ବର୍ତ୍ତିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନାନା ପଦକ୍ଷେପ ମାନ ନିଆଯାଉଥିଲେ ହେଁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ । ଫଳରେ ଚଳିତ ମାସ ଆରମ୍ଭରୁ ପ୍ରମୁଖ ୭ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ଆଶା ଠାରୁ ଅଧିକ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରଭାବିତ ରାଜ୍ୟ ଓ କେନ୍ଦ୍ରପ୍ରଦେଶିତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫେରେନସିଂ ଜରିଆରେ ୨୩ ସେପ୍ଟମ୍ବରରେ ଆଲୋଚନା କରିବେ । ଏହି ଉଚ୍ଚସ୍ତରୀୟ ଭର୍ଚୁ୍ୟଆଲ ସଭା ଜରିଆରେ ପ୍ରଧାନମନ୍ତ୍ରୀ ଭିନ୍ନ ଭିନ୍ନ ରାଜ୍ୟର କୋଭିଡ-୧୯ ସ୍ଥିତି, ପ୍ରସ୍ତୁତି ଏବଂ ପ୍ରବନ୍ଧନର ସମୀକ୍ଷା କରିବେ । ଏହି ସଭାରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ସାମିଲ ରହିବେ । ସୂଚନାଯାୟୀ ଦେଶରେ ୬୩ରୁ ଅଧିକ କରୋନା ସଂକ୍ରମିତ ମାମଲା ଆସୁଥିବାବେଳେ ୭୭ ପ୍ରତିଶତ ମୃତୁ୍ୟହାର ରହିଛି । ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ଏହି ରାଜ୍ୟଗୁଡିକୁ ଅଧିକ ଗୁରୁତ୍ୱ ଦିଆଯାଇ କରୋନା ସହ ଲଢେ଼ଇ କରିବା ସହ ରାଜ୍ୟରେ ସ୍ୱାସ୍ଥ୍ୟସେବା, ଆଇସିୟୁ, କ୍ଲିନିକାଲ ମ୍ୟାନେଜମେଣ୍ଟ ଆଦି ଉପରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏମ୍ସ ଏମ୍ସ ସହ ମିଳିତ ଭାବେ କାର୍ୟ୍ୟ କରୁଛନ୍ତି ।