ଆସନ୍ତା ୧୨ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଆସନ୍ତା ୧୨ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଆସନ୍ତା ୧୨ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା
ଆସନ୍ତା ୧୨ ତାରିଖରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୧୨ ତାରିଖରୁ ୨୨ ତାରିଖ ମଧ୍ୟରେବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହେବ ପରୀକ୍ଷା। ୨୬ଟି ପରୀକ୍ଷା କେନ୍ଦ୍ରରେ ୬୨ ହଜାର ୧୮୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତେବେ ୭ ନଭେମ୍ବରରେ ପ୍ରକାଶ ପାଇବ ମେରିଟ ପୂଜା ଛୁଟି ପରେ ସ୍କୁଲ ଓ କଲେଜ ଖୋଲିଲେ ପାଠ ପଢ଼ା ହେବ ବୋଲି ସୂଚନା ମିଳିଛି । ଆକ୍ରାନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ର ବ୍ୟବସ୍ଥା କରାଯାଇଛି । ଚଳିତଥର ୮୩ଟି ଷ୍ଟ୍ରିମରେ ନାମଲେଖା ହେଉଛି । ୧୪ ହଜାର ୭୦୦ ସିଟ୍‌ ପାଇଁ ଆବେଦନ କରିଛନ୍ତି ୬୨ ହଜାର ୨୦୦ ଛାତ୍ରଛାତ୍ରୀ । ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ନଭେମ୍ବର ୭ରେ ମେରିଟ୍ ଲିଷ୍ଟ ବାହାରିବ ବୋଲି ସୂଚନା ଦେଇଛନ୍ତି ଶାଶ୍ବତ ମିଶ୍ର । ପ୍ରତ୍ୟେକ ପରୀକ୍ଷାର ଅବଧି ୯୦ ମିନିଟ୍‌ ରହିଥିବାବେଳେ ଓ.ଏମ୍.ଆର. ସିଟରେ ୭୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିବ । ଛାତ୍ରଛାତ୍ରୀ ନାମଲେଖା ନିମନ୍ତେ ଏକାଧିକ ବିଷୟରେ ପରୀକ୍ଷା ଦେବାର ସୁବିଧା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ଚଳିତ ଥର ପ୍ରଥମର ପାଇଁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।