ଆମେରିକାରେ ଏକ କୋଟି ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆମେରିକାରେ ଏକ କୋଟି ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆମେରିକାରେ ଏକ କୋଟି ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ୱାଶିଂଟନ : ବିଶ୍ୱର ପ୍ରଥମ ଦେଶ ଭାବେ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିଛି । ରବିବାର ଦିନ ଆମେରିକା ଏହି ଅଲୋଡା ମାଇଲଖୁଣ୍ଟ ହାସଲ କରିଛି । ଏହା ସହିତ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ଅତିକ୍ରମ କରିଛି । ଆମେରିକାରେ ବର୍ତ୍ତମାନ କରୋନାର ତୃତୀୟ ଲହର ଚାଲିଥିବା ବେଳେ ବିଗତ ୧୦ ଦିନ ମଧ୍ୟରେ ୧୦ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।୨୯୩ ଦିନ ବା ଆପାତତଃ ୧୦ ମାସ ପୂର୍ବରୁ ୱାଶିଂଟନରେ ଆମେରିକାର ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବିଗତ ୭ ଦିନ ଧରି ଦୈନିକ ୧ ଲକ୍ଷ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡିଛି । ଆମେରିକାରେ ବର୍ତ୍ତମାନ ଦୈନିକ ହାରାହାରି ୧ ଲକ୍ଷ ୫ ହଜାର ୬୦୦ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ପୂର୍ବ ସଂକ୍ରମଣ ଠାରୁ ଏହା ୨୯ ପ୍ରତିଶତ ଅଧିକ ରହିଛି । ଏପରିକି ଏସିଆ ଏବଂ ୟୁରୋପର ଦୁଇ ପ୍ରମୁଖ ସଂକ୍ରମିତ ଦେଶ ଭାରତ ଓ ଫ୍ରାନ୍ସ ଠାରୁ ଆମେରିକାର ଅବସ୍ଥା ସାଂଘାତିକ ରହିଛି । ସେହିପରି ଭାବରେ ଆମେରିକାରେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୭ ହଜାର ଅତିକ୍ରମ କରିଛି । ବିଶ୍ୱରେ କରୋନାରେ ପ୍ରାଣ ହରାଉଥିବା ପ୍ରତି ୧୧ ଜଣରେ ଜଣେ ଆମେରିକୀୟ ରହିଛନ୍ତି ବୋଲି ପ୍ରକାଶ ପାଇଛି । ବିଗତ ୫ ଦିନ ମଧ୍ୟରେ ଆମେରିକାରେ ଦୈନିକ ୧୦୦୦ ମୃତ୍ୟୁ ହେଉଥିବା ପ୍ରକାଶ କରିଛି ରଏଟର ।