ଆପୋସ ବୁଝାମଣାରେ ସୀମା ଚିହ୍ନଟ: ମନ୍ତ୍ରୀ

ଆପୋସ ବୁଝାମଣାରେ ସୀମା ଚିହ୍ନଟ: ମନ୍ତ୍ରୀ

ଆପୋସ ବୁଝାମଣାରେ ସୀମା ଚିହ୍ନଟ: ମନ୍ତ୍ରୀ
ଭୁବନେଶ୍ୱର: ଆପୋସ ବୁଝାମଣାରେ ସୀମା ଚିହ୍ନଟ କରାଯିବ । ସୀମା ବିବାଦ ପ୍ରସଙ୍ଗରେ ଆଜି ବିଧାନସଭାରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି ଯେ, କୋରାପୁଟ ଓ ଆନ୍ଧ୍ରର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ଲାଗି ରହିଛି । ୨୧ଟି ଗ୍ରାମରେ ସମସ୍ୟା ରହିଛି । ରାଜ୍ୟ ସରକାର ସବୁ ସୁବିଧା ଯୋଗାଉଛନ୍ତି । ଜିଲ୍ଲାପାଳ, ଆରଡିସିଙ୍କ ତତ୍ତ୍ୱାବଧାନରେ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗ ମଧ୍ୟରେ ବି ସମସ୍ୟା ରହିଛି । ୯ଟି ଗାଁରେ ସମସ୍ୟା ରହିଛି । ସମାଧାନ ପାଇଁ କମିଟି ହୋଇଛି । ସେହିପରି ଝାଡ଼ଖଣ୍ଡ ସହ ଓଡ଼ିଶାର କିଛି ଜିଲ୍ଲାର ମଧ୍ୟ ବିବାଦ ରହିଛି । ସମୟୋଚିତ ପଦକ୍ଷେପ ପାଇଁ ସେମିତି କିଛି ବଡ଼ ଧରଣର ସମସ୍ୟା ଉପୁଜିନି ବୋଲି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଏହା କହିଛନ୍ତି ।