ଆଜିଠାରୁ ଶ୍ରୀମନ୍ଦିରରେ ମିଳିବନି ମହାପ୍ରଭୁଙ୍କ ଦର୍ଶନ
ଆଜିଠାରୁ ଶ୍ରୀମନ୍ଦିରରେ ମିଳିବନି ମହାପ୍ରଭୁଙ୍କ ଦର୍ଶନ
ପୁରୀ: ଆଜିଠୁ ବନ୍ଦ ଜଗା ଦର୍ଶନ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜାନୁଆରୀ ୩୧ ଯାଏ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ରହିବ । ଆଜି ପୁରୀ ଶ୍ରୀମନ୍ଦିର ବନ୍ଦ ହୋଇଯିବା ଜାଣି ଗତକାଲି ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥିଲା। ଫଳରେ ଅସମ୍ଭାଳ ଭିଡ଼ ଜମିଥିଲା। ଶ୍ରଦ୍ଧାଳୁମାନେ ସମସ୍ତ କଟକଣାକୁ ଭୁଲି ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ଭିତରକୁ ପଶିଥିଲେ। ଫଳରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ କରିବାରେ ସୁରକ୍ଷାକର୍ମୀଙ୍କୁ କଷ୍ଟକର ହୋଇ ପଡ଼ିଥିଲା। କିନ୍ତୁ ଆଜିଠାରୁ ଆସନ୍ତା ୩୧ ପର୍ୟ୍ୟନ୍ତ କେବଳ ସେବାୟତଙ୍କୁ ନେଇ ଜଗତର ନାଥ ଜଗନ୍ନାଥଙ୍କ ନୀତିକାନ୍ତି ସମ୍ପର୍ଣ୍ଣ ହେବ । ମହାପ୍ରଭୁଙ୍କ ନୀତିକାନ୍ତିରେ ଯେଭଳି କୈାଣସି ପ୍ରଭାବ ନପଡ଼ିବ ସେନେଇ ଶ୍ରୀମନ୍ଦିର ବନ୍ଦ ରଖିବାକୁ ପୂର୍ବରୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା।




admin 