ଆଜିଠାରୁ ରାଜ୍ୟରେ ଡଲ୍ଫିନ୍ ଗଣନା
ଆଜିଠାରୁ ରାଜ୍ୟରେ ଡଲ୍ଫିନ୍ ଗଣନା
ଭୁବନେଶ୍ୱର: ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ମୁହାଣ ଓ ବଙ୍ଗୋପସାଗରର ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ଆଜିଠାରୁ ଡଲଫିନ୍ ଗଣନା କାର୍ୟ୍ୟ ଆରମ୍ଭ ହେବ।
ବୁଧବାର ଗୁପ୍ତିଠାରେ ଗଣନାକାରୀମାନଙ୍କୁ ଡିଏଫଓ ଡ. ଯଜ୍ଞଦତ୍ତ ପତି, ଏସିଏଫ ବିରଞ୍ଚି ନାରାୟଣ ସାମଲ, ଜୀବ ବିଜ୍ଞାନର ବିଭାଗୀୟ ମୁଖ୍ୟ ପ୍ରଫେସର ଶିବ ପ୍ରସାଦ ପରିଡା ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । ଏହି ଗଣନା ତିନିଦିନ ଧରି ଚାଲିବ । ଭିତର କନିକା ଅଂଚଳରେ ଡଲଫିନ ଗଣନା ପାଇଁ ୯ଟି ଟିମ୍ ଗଠନ କରାଯାଇଛି । ଆଉଟର ହୁଇଲ୍ରୁ ଚିଞ୍ଚିରି ମାଉଥ୍, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜରୁୁ ମାଇପୁରା ମାଉଥ୍ ଭାୟା ନଳିତା ପାଟିଆ, କାଳିଭଞ୍ଜଡିଆଁ, ଜମ୍ବୁ ଖରନାସୀରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲଫିନ୍ ଗଣନା କରାଯିବ ।
ପ୍ରତି ଗ୍ରୁପରେ ୩ରୁ ୫ ଜଣ ଲେଖାଏ ଗଣନାକାରୀ ରହିବେ । ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରିକ୍ରେ ୪ଟି ଟିମ୍ ଡଲଫିନ ଗଣନା କରିବେ ବୋଲି ସୂଚନା ମିଳିଛି ।




admin 