ଆଜିଠାରୁ ବଢ଼ିବ ତାପମାତ୍ରା, ୪୦ ଡିଗ୍ରି ଛୁଇଁବ
ଆଜିଠାରୁ ବଢ଼ିବ ତାପମାତ୍ରା, ୪୦ ଡିଗ୍ରି ଛୁଇଁବ
ଭୁବନେଶ୍ୱର: ଆଜିଠୁ ବଢ଼ିବ ତାପମାତ୍ରା। ଖରାରେ ସିଝିବ ସାରା ଓଡ଼ିଶା । କେତେକ ସ୍ଥାନରେ ୪୦ ଡିଗ୍ରି ମୁହାଁ ହେଲାଣି ପାରଦ । ଏହାଦେଖି ଏବେଠୁ ଲୋକଙ୍କ ମନରେ ଛାନିଆ ପଶିଗଲାଣି।
ଗତକାଲି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭାବେ ଅନୁଗୁଳରେ ତାପମାତ୍ରା ୩୯.୭ ଡିଗ୍ରି ରେକର୍ଡ କରାଯାଇଥିଲା । ସେହିପରି ବୌଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୩୯ ଡିଗ୍ରି ଥିବା ବେଳେ ବାରିପଦା, ସୋନପୁରରେ ତାପମାତ୍ରା ୩୯ ଡିଗ୍ରି ଉପରେ ରହିଥିଲା । ସେହିପରି ୧୨ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଥିଲା। ରାଜଧାନୀ ଭୁବନେଶ୍ୱରରେ ୩୮.୧ ଏବଂ କଟକରେ ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା ।
୩ ଦିନ ଡହଡହ ଖରାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରକୁ ଯାଇପାରେ । ଏଥିପାଇଁ ୮ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ ।




admin 