ଆଜିଠାରୁ ଓଜେଇଇ ପରୀକ୍ଷା

ଆଜିଠାରୁ ଓଜେଇଇ ପରୀକ୍ଷା

ଆଜିଠାରୁ ଓଜେଇଇ ପରୀକ୍ଷା

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା। କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ପରୀକ୍ଷା ହେଉଛି। ଆସନ୍ତା ୧୮ ତାରିଖ ପର୍ୟ୍ୟନ୍ତ ପରୀକ୍ଷା ଚାଲିବ । ୩ଟି ସିଫ୍ଟରେ ଚଳିତ ଥର ପରୀକ୍ଷା କରାଯାଉଛି । ପ୍ରଥମ ଦିନରେ ବି.ଫାର୍ମା ପରୀକ୍ଷା ଆରମ୍ଭ ହୋଇଛି ।

ପ୍ରଥମ ସିଫ୍ଟି ସକାଳ ୯ଟାରୁ୧୧ ପର୍ୟ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ସିଫ୍ଟ ୧୨ ଟା ୩୦ ରୁ ୨ଟା ଓ ତୃତୀୟ ସିଫ୍ଟରେ ଅପରାହ୍ଣ ୪ଟାରୁ ୬ ଟା ପର୍ୟ୍ୟନ୍ତ ଚାଲିବ । ପ୍ରତି ସିଫ୍ଟର ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି । ଏଥର ୪୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଉଥିବା ସୂଚନା ମିଳିଛି।