ଆଜି ୩୨୧୯ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଆଜି ୩୨୧୯ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
admin
Sep 2, 2020 - 06:01
Updated: Sep 2, 2020 - 06:01
ଭୁବନେଶ୍ୱର : ଆଜି ରାଜ୍ୟରୁ ୩୨୧୯ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୧୯୩୧ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୨୮୮ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର୫୬୧ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୬୬, ବାଲେଶ୍ୱରରୁ ୧୯୪, ବରଗଡରୁ ୧୮୫, ଭଦ୍ରକରୁ ୮୭, ବଲାଙ୍ଗୀର ୧୦, ବୌଦ୍ଧରୁ ୩୬, କଟକରୁ ୪୦୦, ଢେଙ୍କାନାଳରୁ ୩୭, ଗଜପତି ୨୭, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୧୭, ଝାରସୁଗୁଡାରୁ ୬୦, କଳାହାଣ୍ଡିରୁ ୩୭, କନ୍ଧମାଳ ୩୨, କେନ୍ଦ୍ରାପଡାରୁ ୫୭, କେନ୍ଦୁଝରରୁ ୧୦୨, ଖୋର୍ଦ୍ଧାରୁ୭୩୧, କୋରାପୁଟରୁ ୯୦, ମାଲକାନଗିରିରୁ ୧୩, ମୟୁରଭଞ୍ଜରୁ ୧୩୭, ନବରଙ୍ଗପୁରରୁ ୫୫, ନୟାଗଡରୁ ୬୨, ନୂଆପଡାରୁ ୪୯, ପୁରୀରୁ ୨୧୭, ରାୟଗଡାରୁ ୨୫, ସମ୍ବଲପୁରରୁ ୭୮, ସୋନପୁରରୁ ୨୬ ଏବଂ ସୁନ୍ଦରଗଡରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୭୮୦ ହୋଇଥିବା ବେଳେ ଏହା ମଧ୍ୟରୁ ୮୦୭୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪୪୩ ରହିଛି ।