ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ
ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟା ୪୫ ମିନିଟରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହେବ ବୋଲି ଜଣାପଡିଛି। ଏହି ବୈଠକରେ ମୋଟ ୧୦ଟି ପ୍ରସ୍ତାବକୁ ମଂଜୁରୀ ମିଳିପାରେ । ସୂଚନାଯୋଗ୍ୟ, ଫୁଲବାଣୀ ଓ କୋରାପୁଟରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ସ୍ଥାପନ ପ୍ରସ୍ତାବ ନିମନ୍ତେ ମିଳିପାରେ ମଞ୍ଜୁରୀ । ଏହି ମେଡିକାଲ କଲେଜର ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହଜାରେ କୋଟି ଟଙ୍କାର ବ୍ୟବସ୍ଥା କରାଯିବ ବୋଲି ସୂଚନାରୁ ଜଣାପଡ଼ିଛି। ସେହିପରି ବରଗଡ଼ ଜିଲ୍ଲାର ୨ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିବାର ସମ୍ଭାବନା ଅଛି। ଏହାର ବଜେଟ ପ୍ରାୟ ହଜାରେ କୋଟି ଟଙ୍କା ହେବ ବୋଲି ଜଣାଯାଇଛି ।