ଆଜି ରାଜ୍ୟରେ ୩୮୭ କରୋନା ସଂକ୍ରମିତ ଚିହ୍ନଟ
ଆଜି ରାଜ୍ୟରେ ୩୮୭ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୩୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୨୩ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୬୪ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୭୫ ଜଣ ରହିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୯୫ଜଣ, ଅନୁଗୁଳରୁ ୨, ବାଲେଶ୍ୱରରୁ ୯, ଭଦ୍ରକ ଜିଲ୍ଲାରୁ ୪, ବରଗଡରୁ ୨, ବଲାଙ୍ଗୀରରରୁ ୨, କଟକ ଜିଲ୍ଲାରୁ ୩୩ଜଣ, ଦେବାଗଡରୁ ୬, ଢେଙ୍କାନାଳରୁ ୫, ଗଜପତିରୁ ୭, ଗଞ୍ଜାମରୁ ୩, ଜଗତସିଂହପୁର ଜିଲ୍ଲାରୁ ୧୦ଜଣ, ଯାଜପୁର ଜିଲ୍ଲାରୁ ୧୦ଜଣ, ଝାରସୁଗୁଡାରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୬, କେନ୍ଦୁଝରରୁ ୪, ମୟୂରଭଞ୍ଜରୁ ୨, ନୟାଗଡରୁ ୬, ନବରଙ୍ଗପୁରରୁ ୧, ପୁରୀରୁ ୧୨, ରାୟଗଡାରୁ ୧, ସମ୍ବଲପୁରରୁ ୧୮, ସୋନପୁର ୧, ସୁନ୍ଦରଗଡରୁ ୬ଜଣ ଓ ରାଜ୍ୟପୁଲରୁ ୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୪ହଜାର ୪୨୮ କୁ ବୃଦ୍ଧି ପାଇଛି ।




admin 