୧୫ରେ ଚକଅଖ ବନ୍ଦ

୧୫ରେ ଚକଅଖ ବନ୍ଦ

୧୫ରେ ଚକଅଖ ବନ୍ଦ

ଭୁବନେଶ୍ବର: ଆସନ୍ତା ୧୫ରେ ରାଜ୍ୟବ୍ୟାପୀ ଧର୍ମଘଟକୁ ଓହ୍ଲାଇବ ଓଡିଶା ମୋଟର ଚାଳକ ସଂଘ । ସାମାଜିକ ସୁରକ୍ଷା, ଶ୍ରମ କାର୍ଡ ପ୍ରଦାନ, ବୀମା ଓ ପେନ୍‌ସନ ସୁବିଧା ଓ ରାତ୍ରି ବିଶ୍ରାମଗାର ସୁବିଧା ଯୋଗାଇଦେବା ଭଳି ବିଭିନ୍ନ ଦାବିକୁ ନେଇ ନଭେମ୍ବର ୧୫ ରେ ମଟର ଚାଳକ ସଂଘ ମିଳିତ ମଞ୍ଚ।

୧୦ ଲକ୍ଷରୁ ଉର୍ଦ୍ଧ୍ବ ଡ୍ରାଇଭର ବା ଚାଳକ ଏହି ଧର୍ମଘଟରେ ସାମିଲ ହେବେ। ସକାଳ ୬ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ ଅର୍ଥାତ ୧୨ ଘଣ୍ଟା ରାଜ୍ୟରେ ଅଖଚଖ ବନ୍ଦ କରିବା ପାଇଁ ଚେତାବନୀ ଦେଇଛି ସଂଘ। ଦାବି ପୂରଣ ନେଇ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଦୀର୍ଘଦିନ ଧରି ହକ୍‌ ପାଇଁ ଲଢେଇ କରୁଥିଲେ ମଧ୍ୟ ସରକାର ଦାବି ନେଇ କୌଣସି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସଂଘର ସଦସ୍ୟ । ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ପୁରଣ ହୋଇନାହିଁ।ଫଳରେ ଏହା ଏକ ଜନ ଆକ୍ରୋଶର ରୂପ ନେବାସହ ଉଦ୍‌ବେଗ ପ୍ରକାଶ କରି ସଂଘ ପକ୍ଷରୁ ଧର୍ମଘଟର ଡାକରା ଦିଆଯାଇଛି । ୧୪ ତାରିଖ ଭିତରେ ସରକାର ନ ଶୁଣନ୍ତି ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଘ ଚେତାବନୀ ଦେଇଛି । ରାଜ୍ୟର ସମସ୍ତ ସମସ୍ତ ଅଞ୍ଚଳରୁ ରାଜଧାନୀ ପର୍ୟ୍ୟନ୍ତ ଅଧିକାର ଓ ଦାବି ନେଇ ଆନ୍ଦୋଳ ହେବାନେଇ ସଂଘ ପକ୍ଷକୁ କୁହାଯାଇଛି । ସବୁକିଛି ବନ୍ଦ କରିବା ପାଇଁ ଆଉ ଲୋକଙ୍କ ଯାତାୟାତର ସମାଧାନ ପାଇଁ ସରକାର ହିଁ ଦାୟୀ ରହିବେ ବୋଲି ସଂଘର ସଦସ୍ୟ ମାନେ କହିଛନ୍ତି ।