ଆଜି ଭାରତ-ପାକ ମହାମୁକାବିଲା

ଆଜି ଭାରତ-ପାକ ମହାମୁକାବିଲା

ଆଜି ଭାରତ-ପାକ ମହାମୁକାବିଲା

ଦୁବାଇ: ଦୁଇ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ହେବ ଆଉ କିଛି ଘଣ୍ଟା ପରେ। ରବିବାର ସନ୍ଧ୍ୟାରେ ଦୁବାଇରେ ଭାରତ-ପାକିସ୍ତାନ ଟି-ଟ୍ୱେଣ୍ଟି ଯୁଦ୍ଧରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଉଭୟେ ଦେଶ ସମେତ ସାରା ବିଶ୍ୱର କ୍ରିକେଟ ପ୍ରେମୀ ଚାତକ ଭଳି ଅପେକ୍ଷା କରିଛନ୍ତି ମ୍ୟାଚକୁ । ଉଭୟ ଭାରତ-ପାକିସ୍ତାନ ଭିତରେ ସବୁବେଳେ ବିବାଦ ଓ ଉତ୍ତେଜନା ଲାଗି ରହିଥିବାବେଳେ ବିଶ୍ଵକପ ମ୍ୟାଚ ବାତାବରଣକୁ ଆହୁରି ସରଗରମ କରି ଦେଇଛି। ମଉକା ବା ସୁଯୋଗ କାହା ସପକ୍ଷରେ ଆସିବ, ସେ ନେଇ ଟିଭି ପରଦାରୁ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ସବୁଠି କ୍ରେଜ ବଢିଯାଇଛି। ବିଶ୍ୱକପରେ ଉଭୟ ଦଳ ୭ଟି ମ୍ୟାଚ୍ ଖେଳିଥିବାବେଳେ ଭାରତ ସବୁଥିରେ ଜିତିଛି । ତେବେ ଟି-ଟ୍ୱେଣ୍ଟିରେ ୫ଟି 

ମ୍ୟାଚ୍ ଖେଳାଯାଇଛି, ଭାରତ ୪ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ୍ ଟାଏ ରହିଥିଲା ।

ଏଥର ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି। ପାକିସ୍ତାନ ଦଳରେ ଅଧିକାଂଶ ନୂଆ ଯୁବ ଖେଳାଳି ଥିବାବେଳେ ସୋଏବ ମଲ୍ଲିକଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ପୁଣି ଭରସା କରିଛି ପାକିସ୍ତାନ। ଅନ୍ୟପକ୍ଷରେ ଭାରତ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ବେଶ ଶକ୍ତିଶାଳୀ ଅଛି। ଏଥର ଭାରତ ଚମ୍ପିୟାନ ହେବାର ସବୁଠୁ ବଡ଼ ଦାବିଦାର ବୋଲି ଅନୁମାନ କରାଯାଉଛି।

ବିରାଟ କୋହଲିଙ୍କ ନେତୃତ୍ୱ ଓ ମେଣ୍ଟର ମହେନ୍ଦ୍ର ସିଂ ଧୋନିଙ୍କ ରଣନୀତି ଟିମକୁ ସଫଳତା ଦେବ ବୋଲି ଆଶା କରାଯାଉଛି। ରବିବାର ସନ୍ଧ୍ୟା ସାଢ଼େ ସାତଟାରେ ମ୍ୟାଚ ଆରମ୍ଭ ହେବ।ଦୁବାଇ: ଦୁଇ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ହେବ ଆଉ କିଛି ଘଣ୍ଟା ପରେ। ରବିବାର ସନ୍ଧ୍ୟାରେ ଦୁବାଇରେ ଭାରତ-ପାକିସ୍ତାନ ଟି-ଟ୍ୱେଣ୍ଟି ଯୁଦ୍ଧରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଉଭୟେ ଦେଶ ସମେତ ସାରା ବିଶ୍ୱର କ୍ରିକେଟ ପ୍ରେମୀ ଚାତକ ଭଳି ଅପେକ୍ଷା କରିଛନ୍ତି ମ୍ୟାଚକୁ । ଉଭୟ ଭାରତ-ପାକିସ୍ତାନ ଭିତରେ ସବୁବେଳେ ବିବାଦ ଓ ଉତ୍ତେଜନା ଲାଗି ରହିଥିବାବେଳେ ବିଶ୍ଵକପ ମ୍ୟାଚ ବାତାବରଣକୁ ଆହୁରି ସରଗରମ କରି ଦେଇଛି। ମଉକା ବା ସୁଯୋଗ କାହା ସପକ୍ଷରେ ଆସିବ, ସେ ନେଇ ଟିଭି ପରଦାରୁ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ସବୁଠି କ୍ରେଜ ବଢିଯାଇଛି। ବିଶ୍ୱକପରେ ଉଭୟ ଦଳ ୭ଟି ମ୍ୟାଚ୍ ଖେଳିଥିବାବେଳେ ଭାରତ ସବୁଥିରେ ଜିତିଛି । ତେବେ ଟି-ଟ୍ୱେଣ୍ଟିରେ ୫ଟି ମ୍ୟାଚ୍ ଖେଳାଯାଇଛି, ଭାରତ ୪ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ୍ ଟାଏ ରହିଥିଲା ।

ଏଥର ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି। ପାକିସ୍ତାନ ଦଳରେ ଅଧିକାଂଶ ନୂଆ ଯୁବ ଖେଳାଳି ଥିବାବେଳେ ସୋଏବ ମଲ୍ଲିକଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ପୁଣି ଭରସା କରିଛି ପାକିସ୍ତାନ। ଅନ୍ୟପକ୍ଷରେ ଭାରତ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ବେଶ ଶକ୍ତିଶାଳୀ ଅଛି। ଏଥର ଭାରତ ଚମ୍ପିୟାନ ହେବାର ସବୁଠୁ ବଡ଼ ଦାବିଦାର ବୋଲି ଅନୁମାନ କରାଯାଉଛି।

ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱ ଓ ମେଣ୍ଟର ମହେନ୍ଦ୍ର ସିଂ ଧୋନିଙ୍କ ରଣନୀତି ଟିମକୁ ସଫଳତା ଦେବ ବୋଲି ଆଶା କରାଯାଉଛି। ରବିବାର ସନ୍ଧ୍ୟା ସାଢ଼େ ସାତଟାରେ ମ୍ୟାଚ ଆରମ୍ଭ ହେବ।