୧୪ ବର୍ଷ ପରେ ବଢ଼ିଲା ଦିଆଶିଲି ମୂଲ୍ୟ
୧୪ ବର୍ଷ ପରେ ବଢ଼ିଲା ଦିଆଶିଲି ମୂଲ୍ୟ
ନୂଆଦିଲ୍ଲୀ: ଗ୍ୟାସ ଓ ତେଲ ଦର ବୃଦ୍ଧି ଏବେ ଖାଉଟିଙ୍କ ଚିନ୍ତା ବଢ଼ାଇ ଚାଲିଥିବା ବେଳେ ପୁଣି ଆସିଛି ଆଉ ଏକ ଜରୁରି ସାମଗ୍ରୀର ମୂଲ୍ୟ ବୃଦ୍ଧି ଖବର। ଦିଆଶିଲି ବାକ୍ସର ମୂଲ୍ୟ ବୃଦ୍ଧି ପାଇଛି। ପ୍ରାୟ ୧୪ ବର୍ଷ ପରେ ଦିଆଶିଲିର ଦର ବୃଦ୍ଧି ପାଇଛି । ଆସନ୍ତା ମାସରୁ ଅର୍ଥାତ୍ ଡିସେମ୍ବରରୁ ଦିଆଶିଲି ବକ୍ସ ପିଛା ମୂଲ୍ୟ ୧ ଟଙ୍କା ବୃଦ୍ଧି ପାଇବ ।
ଏହି ବୃଦ୍ଧି ପରେ ମ୍ୟାଚ୍ ବକ୍ସର ମୂଲ୍ୟ ୨ ଟଙ୍କା ହେବ । ମୂଲ୍ୟ ବୃଦ୍ଧି ପାଇଁ ଅଲ୍ ଇଣ୍ଡିଆ ଚାମ୍ବର ଅଫ୍ ମ୍ୟାଚ୍ ନିଷ୍ପତ୍ତି ନେଇଛି । ତେବେ ବୈଠକରେ ୫ଟି ପ୍ରମୁଖ ମ୍ୟାଚ୍ ବକ୍ସ ଇଣ୍ଡଷ୍ଟ୍ରି ସଂସ୍ଥାର ପ୍ରତିନିଧିମାନେ ଜଡିତ ଥିଲେ । ଦିଆଶିଲି ମୂଲ୍ୟ ବୃଦ୍ଧି କରିବାକୁ ସେମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି । ମ୍ୟାଚ୍ କରିବା ପାଇଁ ମୁଖ୍ୟତଃ ଲାଲ ଫସଫରସ୍, ମହମ, ବକ୍ସ ବୋର୍ଡ ଇତ୍ୟାଦିର ଆବଶ୍ୟକତା ରହିଛି ।
ତେବେ ସମସ୍ତ କଞ୍ଚାମାଲର ମୂଲ୍ୟ ବୃଦ୍ଧି ହୋଇଛି । ଏହି କାରଣ ଯୋଗୁଁ ଦିଆଶିଲିର ଦର ବୃଦ୍ଧି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଆଶିଲି ମୂଲ୍ୟ ୧୪ ବର୍ଷ ପରେ ବୃଦ୍ଧି ହେବାକୁ ଯାଉଛି । ତେବେ ଶେଷ ଥର ପାଇଁ ୨୦୦୭ ମସିହାରେ ମ୍ୟାଚ୍ ମୂଲ୍ୟ ବୃଦ୍ଧି କରାଯାଇଥିଲା । ତାପରେ ମ୍ୟାଚ୍ ମୂଲ୍ୟ ୫୦ ପଇସା ବୃଦ୍ଧି କରାଯାଇଥିଲା । ଏହା ପରେ ମ୍ୟାଚ୍ ବକ୍ସର ମୂଲ୍ୟ ୧ ଟଙ୍କା ରହିଥିଲା ।




admin 