ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ । କେତେବେଳେ ଫଳ ବାହାରିବ, ସେନେଇ ପରିଷଦ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସୂଚନା ଅନୁସାରେ, ଦିନର ଯେକୌଣସି ସମୟରେ ଙ୍ଗଙ୍ଗଙ୍ଗ.କ୍ଟକ୍ସସଗ୍ଦଗ୍ଦବକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ନିଜର ରୋଲ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ । ଏଥିସହ ସାମସ କଲେଜ ଇ-ସ୍ପେସରେ ମଧ୍ୟ ଫଳ ଉପଲବ୍ଧ ହେବ । ଉକ୍ତ ଦୁଇଟି ବିଭାଗର ମୋଟ ୨ଲକ୍ଷ ୨୭ ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ । ଯେଉଁଥିରେ କଳା ବିଭାଗର ୨ଲକ୍ଷ ୨୧ ହଜାର ଓ ଧନ୍ଦାମୂଳକରେ ୨୭ହଜାର ଛାତ୍ରଛାତ୍ରୀ ରହିଛନ୍ତି । ଉଭୟ ବିଭାଗରେ ରେଗୁଲାରରେ ପାସହାର ୯୦%ରୁ ଅଧିକ ହୋଇଥିବା ଜଣାପଡ଼ିଛି ।