ଆଜି ପହିଲି ରଜ

ଆଜି ପହିଲି ରଜ

ଆଜି ପହିଲି ରଜ
ଭୁବନେଶ୍ୱର: ଆଜି ପହିଲି ରଜ । ରଜ ଓଡିଶାଙ୍କର ନିଜସ୍ୱ ପର୍ବ । ମିଥୁନ ସଂକ୍ରାନ୍ତିକୁ ନେଇ ଅନୁଷ୍ଠିତ ହେଉଥିବାରୁ ଶାସ୍ତ୍ର ଅନୁଯାୟୀ ଏହା ପର୍ବ ପଦବାଚ୍ୟ । ବୃଷ ମଙ୍କସର ଶେଷ ମାସନ୍ତ, ମିଥୁନ ମାସର ଆରମ୍ଭ ସଂକ୍ରାନ୍ତ ଏବଂ ତା ପର ଦିନ , ଏହି ଦିନ ରଜ ପାଳିତ ହୁଏ-ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ । ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ । ରଜରେ ପୃଥିବୀ ରଜସ୍ୱଳା ହୁଏ । ଏହି ବିଶ୍ୱାସରୁ ଏହି ତିନି ଦିନରେ କୃଷି କର୍ମ କରାଯାଏ ନାହିଁ । ଅର୍ଥାତ ଧରଣୀ ମାତା ପ୍ରତି ସମ୍ମାନବୋଧ ଓ କୃତଜ୍ଞତାପନ ହିଁ ଏହି ପର୍ବ ପାଳନର ମୂଳ ଭିତି । ଏହି ସମୟରେ ବର୍ଷାର ଆଗମନ ହୁଏ; ଧରଣୀ ଶସ୍ୟଗର୍ଭା ହୁଏ । ତେଣୁ, ଏହା ଧରଣୀର ମାତୃତ୍ୱ କାମନାର ଉତ୍ସବ । ପରଂପରା ଅନୁଯାୟୀ ରଜରେ କୁମାରୀ କନ୍ୟାଙ୍କୁ ତିନି ଦିନ ସ୍ନାନ କରିବା, ଲୁଣ ଖାଇବା ଓ ଭୂଇଁରେ ଚାଲିବା ମନା । ରଜର ମୁଖ୍ୟ ଖାଦ୍ୟ ପୂର୍ବରୁ ପ୍ରସ୍ତୁତ ଭୁଜା ଓ ପୋଡପିଠା । ବର୍ଷା ଋତୁର ଆରମ୍ଭ କାଳ ରଜ ।