ଆଜି ପହଞ୍ଚିବ ଆଉ ୩,୩୪,୫୦୦ ଡୋଜ କୋଭିସିଲ୍ଡ

ଆଜି ପହଞ୍ଚିବ ଆଉ ୩,୩୪,୫୦୦ ଡୋଜ କୋଭିସିଲ୍ଡ

ଆଜି ପହଞ୍ଚିବ ଆଉ ୩,୩୪,୫୦୦ ଡୋଜ କୋଭିସିଲ୍ଡ
ଭୁବନେଶ୍ୱର : ଆଜି ଅର୍ଥାତ ମଙ୍ଗଳବାର ଆଉ ୩,୩୪,୫୦୦ ଡୋଜ କୋଭିସିଲ୍ଡ ଟୀକା ଆସି ଓଡ଼ିଶାରେ ପହଞ୍ଚିବ ବୋଲି ଜଣାପଡ଼ିଛି । ପୂର୍ବରୁ ପଞ୍ଜିକୃତ ହୋଇଥିବା ସମସ୍ତ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କୁ ଏହି ଟୀକା ପ୍ରଦାନ କରାଯିବ । ସେଥିପାଇଁ ଆସନ୍ତା ଜାନୁୟାରୀ ୨୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନାଁ ପଞ୍ଜିକରଣ କାର୍ଯ୍ୟ ସମାପ୍ତ କରିବାକୁ ସରକାର ନିର୍ଦ୍ଧେଶ ଦେଇଥିବା ସୂଚନା ମିଳିଛି । ଆଜି ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ ଏହି ଟିକା ଧରି ଆସୁଥିବା ବିମାନ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବ। ଏହି ସମସ୍ତ ଟିକା ସ୍ୱାସ୍ଥ୍ୟସେବା ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ଯେଉଁ ହିତାଧିକାରୀମାନେ ସ୍ୱେଚ୍ଛାକୃତ ଟିକାକରଣକୁ ପ୍ରତ୍ୟାଖ୍ୟାନ କରିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ମାଗଣା କୋଭିଡ୍ ଟିକାକରଣର ସୁଯୋଗ ଦିଆଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ପ୍ରଥମ ଦିନରେ ୧୬୧ଟି ସେସନରେ ମୋଟ ୧୩,୯୮୦ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ଗତକାଲି ମୋଟ ୩୮୦ଟି ସେସନରେ ସନ୍ଧ୍ୟା ୬ଟା ସୁଦ୍ଧା ୩୦,୧୬୧ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଟିକା ପ୍ରଦାନ କରାଯାଇଛି । ଗତକାଲି ଗୋଟିଏ ସାମାନ୍ୟ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ମାମଲା ରିପୋର୍ଟ ହୋଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଭଲ ଥିବା ଜଣାଯାଇଛି।