ଆଜି ଜିମ୍ବାୱେ -ଭାରତ ୩ୟ ଦିନିକିଆ ମ୍ୟାଚ୍‌

ଆଜି ଜିମ୍ବାୱେ -ଭାରତ ୩ୟ ଦିନିକିଆ ମ୍ୟାଚ୍‌

ଆଜି ଜିମ୍ବାୱେ -ଭାରତ ୩ୟ ଦିନିକିଆ  ମ୍ୟାଚ୍‌


ହରାରେ : ଘରୋଇ ଜିମ୍ବାୱେ ବିପକ୍ଷରେ କ୍ରମାଗତ ୧୪ଶ ଦିନିକିଆ ମ୍ୟାଚ୍‌ ଏବଂ କ୍ରମାଗତ ୭ମ ଦିନିକିଆ ଶୃଙ୍ଖଳା ବିଜୟୀ ହୋଇଛି। ୨-୦ରେ ଆଗୁଆ ରହି ଭାରତ ଶୃଙ୍ଖଳା ଜିତିସାରିଛି। ସୋମବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ତେଣୁ ଏହି ମ୍ୟାଚ୍‌ରେ ଭାରତର ଲକ୍ଷ୍ୟ ହେବ ଶୃଙ୍ଖଳା ପୋଛିବା। ପୁଣି ୬ ମାସ ପରେ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌କୁ ଫେରିଥିବା ରାହୁଲଙ୍କଠାରୁ ମଧ୍ୟ ବଡ଼ ସ୍କୋର୍‌ର ଆଶା ଭାରତୀୟ ଦଳ ରଖିଛି। ଅନ୍ୟପକ୍ଷ‌େର ସାନ୍ତ୍ବନାମୂଳକ ବିଜୟ ହାସଲ ପାଇଁ ଜିମ୍ବାୱେ ନିଶ୍ଚୟ ପ୍ରୟାସ କରିବ। ହେଲେ ଭାରତ ବିପକ୍ଷରେ ଜିତିବାକୁ ହେଲେ ଜିମ୍ବାୱେକୁ ସ୍ବତନ୍ତ୍ର ପ୍ରଦର୍ଶନ କରିବାକୁ ପଡ଼ିବ। ଗତ ୨ଟି ମ୍ୟାଚ୍‌ରେ ଭାରତୀୟ ବୋଲିଂ ଆକ୍ରମଣର ଜବାବ କୌଣସି ବ୍ୟାଟ୍‌ସମ୍ୟାନଙ୍କ ପାଖରେ ନଥିଲା। ଅନ୍ୟପକ୍ଷରେ ଶୃଙ୍ଖଳା ହାତେଇ ସାରିଥିବା ଭାରତ ଏହି ମ୍ୟାଚ୍‌ରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇପାରେ। ଜିମ୍ବାୱେ ତା’ର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିପାରେ। ୱେସ୍‌ଲି ମାଧ୍‌ଭିରେଙ୍କ ସ୍ଥାନରେ ଟୋନି ମୁନ୍ୟୋଙ୍ଗା ଖେଳିପାରନ୍ତି। 

ଭାରତୀୟ ଏକାଦଶରେ ଅଧିକ ପରିବର୍ତ୍ତନ ହୋଇପାରେ। ବୋଲର ଶାହ୍‌ବାଜ ଅହମ୍ମଦ, ଦୀପକ ଚହର, ଆଭେସ୍ ଖା‌ଁ ଓ ଋତୁରାଜ ଗାଏକ୍‌ୱାଡ ସୁଯୋଗ ପାଇପାରନ୍ତି। ପ୍ରଥମ ୨ଟି ମ୍ୟାଚ୍‌ ପରି ଏହି ମ୍ୟାଚ୍‌ରେ ମଧ୍ୟ ପାଗ ଥଣ୍ଡା ରହିବ ଏବଂ ବଲ୍‌ ସ୍ବିଙ୍ଗ୍‌କରିବ। ତେଣୁ ଟସ୍ ଜିତି ଜିମ୍ବାୱେ ଫିଲ୍‌ଡିଂ ନେବାକୁ ଚାହିଁବ। ଗତ ୨ଟି ମ୍ୟାଚ୍‌ରେ ଭାରତ ପ୍ରଥମ ୧୦ ଓଭରରେ ମାତ୍ର ହାରାହାରି ୨.୮୫ ରନ୍‌ ଦେଇଛି। ତେଣୁ ଜିମ୍ବାୱେ ଆରମ୍ଭରୁ ଅଧିକ ରନ୍‌ କରିବାକୁ ଚାହିଁବ।