ମନ୍ଥର ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା

ମନ୍ଥର ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା

ମନ୍ଥର ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା
ଚେନ୍ନାଇ: ମନ୍ଥର ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ସୋମବାର ମ୍ୟାଚରେ ରୋହିତଙ୍କ ଦଳ ନିର୍ଦ୍ଧାରିତ ସମୟରେ ଗୋଟିଏ ଓଭର କମ ବୋଲିଂ କରିଥିଲା । ଏହି ମ୍ୟାଚକୁ ମଧ୍ୟ ମୁମ୍ବାଇ ୬ ୱିକେଟରେ ହାରିଥିଲା । ଆଇପିଏଲର ଚଳିତ ସଂସ୍କରଣରେ ମୁମ୍ବାଇର ଏହା ପ୍ରଥମ ଅପରାଧ । ଆଇପିଏଲ ନିୟମାବଳୀ ଅନୁଯାୟୀ ପ୍ରଥମ ଅପରାଧ ପାଇଁ ଦଳର ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ରହିଛି । ଯଦି ଦୁଇ ଥର ଏଭଳି ହୁଏ ଅଧିନାୟକଙ୍କୁ ଦୁଇଗୁଣା (୨୪ ଲକ୍ଷ) ଏବଂ ଚୁଡାନ୍ତ ଏକାଦଶରେ ଥିବା ସମସ୍ତ ଖେଳାଳିଙ୍କ ମ୍ୟାଚ ପାଉଣାରୁ ୨୫ ପ୍ରତିଶତ କିମ୍ବା ୬ ଲକ୍ଷ ଟଙ୍କା (ଏହା ମଧ୍ୟରୁ ଯାହା କମ) ଜରିମାନା ରହିଛି । ଯଦି ଗୋଟିଏ ସଂସ୍କରଣରେ ୩ ଥର ଅପରାଧ ହୁଏ ତେବେ ଅଧିନାୟକଙ୍କୁ ୩୦ ଲକ୍ଷ ଜରିମାନା ଏବଂ ଗୋଟିଏ ମ୍ୟାଚକୁ ବାସନ୍ଦ ବ୍ୟବସ୍ଥା ରହିଛି । ଏଥିସହ ଦଳର ସଦସ୍ୟମାନଙ୍କୁ ୧୨ ଲକ୍ଷ କିମ୍ବା ମ୍ୟାଚ ପାଉଣାର ୫୦ ପ୍ରତିଶତ (ଏହା ମଧ୍ୟରୁ ଯାହା କମ) ଜରିମାନା ମଧ୍ୟ ହେବ ।