ଆଜି କରୋନା ଉପରେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ କଣ କଣ କହିଲେ ଜାଣନ୍ତୁ

ଆଜି କରୋନା ଉପରେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ କଣ କଣ କହିଲେ ଜାଣନ୍ତୁ

ଆଜି କରୋନା ଉପରେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ କଣ କଣ କହିଲେ ଜାଣନ୍ତୁ
ଭୁବନେଶ୍ୱର: କୋଭିଡ ନିୟମ ପାଳନ କରିବାକୁ ନିବେଦନ କଲେ ସ୍ୱସ୍ଥ୍ୟ ଏସିଏସ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ତାଙ୍କର ମନ୍ତବ୍ୟ ରଖିଛନ୍ତି । ଦ୍ୱିତୀୟ ଲହର ଏତେ ଭୟାନକ ହେବ ବୋଲି ଆଶା କରିନଥିଲୁ । ଏବେ ଦେଶର ୮୦ ପ୍ରତିଶତ କେସ ୮/୯ଟି ରାଜ୍ୟ ଆସୁଛି । ସଂକ୍ରମଣରେ ଜାତୀୟ ହାରରେ ଓଡିଶାର ଭାଗ ପ୍ରାୟ ୧.୮% ରହିଛି । ଆଜି ସଂକ୍ରମଣରେ ସର୍ବକାଳୀନ ରେକର୍ଡ ୮୬୮୧ ରହିଛି ବୋଲି ଏସିଏସ କହିଛନ୍ତି । କୋଭିଡ ନିୟମ ପାଳନ କଲେ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା । କୋଭିଡ ନିୟମ ମାନନ୍ତୁ, ମାସ୍କ ପିନ୍ଧନ୍ତୁ, ବଜାର ଗଲେ ସଚେତନ ରୁହନ୍ତୁ । ଆମ ରାଜ୍ୟରେ ଟେଷ୍ଟିଂ ବଢ଼ାଇଛୁ, ୨୫ ହଜାର ଆରଟିପିସିଆର ଲକ୍ଷ୍ୟ ରଖିଛୁ । ପଶ୍ଚିମବଙ୍ଗ, ଛତିଶଗଡ ସୀମା ସିଲ କରି ସଂକ୍ରମଣ ନିୟନ୍ତ୍ରଣ ଚେଷ୍ଟା କରିଛୁ । ଦେଶର ସ୍ଥିତି କେଉଁ ଆଡକୁ ଯିବ, କେହି ଆକଳନ କରିପାରୁନାହାଁନ୍ତି । ଯେତେ ପଦକ୍ଷେପ ନେଲେ ବି କୋଭିଡ ଲହର ଏପର୍ଯ୍ୟନ୍ତ କମିନାହିଁ । ହସ୍ପିଟାଲ ବ୍ୟବସ୍ଥା ଅନୁଯାୟୀ ଏବେ ଠିକ ଅବସ୍ଥାରେ ଅଛୁ ବୋଲି କହିଛନ୍ତି ଏସିଏସ । ଆଗକୁ ସ୍ଥିତି କ’ଣ ହେବ , କିଛି ଆକଳନ କରି ହେବନାହିଁ ବୋଲି କହିଛନ୍ତି । ଏବେ ୩୩% ସାଧାରଣ ବେଡ, ୬୯% ଆଇସିୟୁ, ୩୫% ଭେଣ୍ଟିଲେଟର ବ୍ୟବହୃତ ହେଉଛି । ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ହେବ ନାହିଁ । କୌଣସି ହସ୍ପିଟାଲରେ ସିଲିଣ୍ଡର ଯେମିତି ଖାଲି ରହିବନି, ନିଦେ୍ର୍ଧଶ ହୋଇଛି । ଅନ୍ୟପକ୍ଷରେ କରୋନା ଔଷଧ ରେମଡେସିଭିର ସମ୍ପର୍କରେ ସ୍ୱାସ୍ଥ୍ୟ ମସିଏସ ମଧ୍ୟ ସୂଚନା ଦେଇଛନ୍ତି । ଦୈନିକ ରାଜ୍ୟରେ ୧୨ ଶହ ରେମଡେସିଭିର ଦରକାର ହେଉଛି । ଆମ ପାଖରେ ଏବେ ୪୩ ହଜାର ରେମଡେସିଭିର ଷ୍ଟକ ଅଛି । କାଲି ଆଉ ୨୧ ହଜାର ରେମଡେସିଭିର ଆମ ପାଖରେ ପହଁଞ୍ଚôବ । ଯେଉଁ ଅଭାବ କଥା କୁହାଯାଉଛି, ସେସବୁ ଘରୋଇ ହସ୍ପିଟାଲରେ । କୋଭିଡ ପଜିଟିଭ ହେଲେ ତରବର ହୋଇ ହସ୍ପିଟାଲ ଚାଲି ଆସନ୍ତୁନି । ହୋମ ଆଇସୋଲେସନରେ ରୁହନ୍ତୁ, ଯାହାକୁ ଜରୁରୀ ସେ ହସ୍ପିଟାଲ ଆସନ୍ତୁ । ଘରେ ରୁହନ୍ତୁ, ଯଦି ଅବସ୍ଥା ଗୁରୁତର ହେଲା ଆମ୍ବୁଲାନ୍ସ ଯାଇ ଆଣିବ । ଜଣେ ଗୁରୁତର ରୋଗୀକୁ ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଅନ୍ତୁ । ଟିକା ଆସିଲେ ଟିକାକରଣ ହେବ ବୋଲି ଏସିଏସ କହିଛନ୍ତି । ୧୮ ରୁ ୪୪ ବର୍ଗଙ୍କୁ ଟିକାକରଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ଏସିଏସ ସୂଚନା ଦେଇଛନ୍ତି । ଆମ ରାଜ୍ୟରେ ପ୍ରାୟ ୧.୯୩ କୋଟି ୧୮ ରୁ ୪୪ ବର୍ଷର ଲୋକ ଅଛନ୍ତି । ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଟିକା ପାଇଁ ଦୁଇ କଂପାନୀକୁ ରାଜ୍ୟ ସରକାର ଅର୍ଡର କରିଛନ୍ତି । କେବେ ଆମ ପାଖରେ ଟିକା ପହଁଞ୍ଚôବ, କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଟିକା ପହଁଞ୍ଚôଲେ ୧୮-୪୪ ବର୍ଗଙ୍କୁ ଟିକାକରଣ ଆରମ୍ଭ କରାଯିବ । ଟିକା କିଣା ବାବଦରେ ଗତକାଲି ଔଷଧ ନିଗମକୁ ୭ଶହ କୋଟି ଦେଇଛୁ । ସମସ୍ତେ ଟିକା ପାଇଁ ପଂଜୀକରଣ କରନ୍ତୁ, ଟିକା ଆସିଲେ ଦିଆଯିବ । ୧ମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ୨ୟ ଡୋଜ ପାଇଁ ଅଗ୍ରାଧିକାର ମିଳିବ ବୋଲି କହିଛିନ୍ତି ଏସିଏସ ।