ସମଗ୍ର ରାଜ୍ୟରେ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ

ସମଗ୍ର ରାଜ୍ୟରେ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ

ସମଗ୍ର ରାଜ୍ୟରେ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ଖବର ସାମାନାକୁ ଆସିଛି । ତାହା ହେଲା ସାରା ରାଜ୍ୟରେ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ ରହିବ । ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବନ୍ଦ ହେବ ବୋଲି ନିଷ୍ପତି ହୋଇଛି । ଦୋକାନ ବନ୍ଦ କରିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘ ଏହି ନିଷ୍ପତି ନେଇଛନ୍ତି । ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ନିଷ୍ପତି ମହାସଂଘ ନିଷ୍ପତି ନେଇଛି । ଏନେଇ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ସୂଚନା ମିଳିଛି । ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।