ଆଜି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ
ଆଜି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ । ୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ଆଜି ସୁନିଲ ଓଡ଼ିଶା ଆସୁଛନ୍ତି । ରାଜ୍ୟର ଦଳୀୟ ନେତାଙ୍କ ସହ ଏନେଇ ଆଲୋଚନା କରିବେ । ଦଳକୁ ଆହୁରି କିପରି ମଜବୁତ କରାଯାଇପାରିବ ସେନେଇ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବେ ସୁନିଲ ବଂଶଲ । ଲୋକଙ୍କ ଆସ୍ଥା ଭାଜନ କରିବାକୁ ଦଳ ପକ୍ଷରୁ ପ୍ରୟାସ କରାଯିବ ।
ତାହା ସହ ରାଜ୍ୟରେ ହୋଇଥିବା ୨ଟି ଉପ ନିର୍ବାଚନ ଫଳାଫଳ ଉପରେ ସମୀକ୍ଷା କରିପାରନ୍ତି ସୁନିଲ । ଧାମନଗରରେ ବିଜେପିର ବିଜୟ ଓ ପଦ୍ମପୁରରେ ଦଳର ପରାଜୟ ଉପରେ ଆଲୋଚନା କରାଯାଇପାରେ । କହିଁକି ପଦ୍ମପୁରରେ ବିଜେପି ପରାଜୟର ସ୍ୱାଦ ଚାଖିଛି ସେନେଇ ସୁନିଲ ନେତା ଓ କର୍ମୀ ମାନଙ୍କୁ ତଥ୍ୟ ମାଗିପାରନ୍ତି ।
ପଦ୍ମପୁର ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଚିହ୍ନଟରୁ ଆରମ୍ଭ କରି ପ୍ରଚାର ଓ ଭୋଟ୍ ଗ୍ରହଣ ଯାଏଁ ସମସ୍ତ ଆଲୋଚନା କରାଯାଇପାରେ । ଦଳର କେଉଁ ତ୍ରୁଟି ଯୋଗୁଁ ବିଜେପି ବହୁ ବ୍ୟବଧାନରେ ପରାସ୍ତ ହେଲା ସେନେଇ ମାନସମନ୍ଥନ ହୋଇପାରେ ।




admin 