ଆଜି ଏହି ୬ଟ୍ରେନ୍‌ ବାତିଲ

ଆଜି ଏହି ୬ଟ୍ରେନ୍‌ ବାତିଲ

ଆଜି ଏହି ୬ଟ୍ରେନ୍‌ ବାତିଲ

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନ ୟାର୍ଡରେ ଗତକାଲି ରାତିରେ  ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବାରୁ ସ୍ୱାଭାବିକ ହୋଇପାରିନି ରେଳ ଚଳାଚଳ । ଆଜି ପାଇଁ ଉଭୟ ପଟୁ ୬ଟି ଟ୍ରେନ୍‌ର ଚଳାଚଳକୁ ବାତିଲ କରିଛି ପୂର୍ବତଟ ରେଳ ବିଭାଗ। ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଉଛି ଭୁବନେଶ୍ୱର-ହାୱଡା, ଭୁବନେଶ୍ୱର-ବଲାଙ୍ଗିର, ପୁରୀ-ପାରାଦୀପ ଟ୍ରେନ୍‌। ସେହିପରି ପୁରୀ-ବଡ଼ବିଲ, ତାଳଚେର-ପୁରୀ, ପାରାଦୀପ-କଟକ ପାସେଞ୍ଜରକୁ ବି ବାତିଲ କରାଯାଇଛି।

 ଗତକାଲି ରାତି ପ୍ରାୟ ୮ଟା ୩୫ରେ ଭୁବନେଶ୍ୱର ଷ୍ଟେସନ ପାଖରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ମାଲବାହୀ ଟ୍ରେନ୍‌ର ୫ଟି ବଗି ଟ୍ରାକ୍‌ରୁ ତଳକୁ  ଖସିଯାଇଥିଲା। ଏହି ଟ୍ରେନରେ ସିମେଣ୍ଟ ବୋଝେଇ ହୋଇଥିବା ବେଳେ ଚକ୍ରଧରପୁର ଡିଭିଜନରୁ ଭୁବନେଶ୍ୱର ଓ କଟକ ଦେଇ ବିଜୟନଗରମ ଅଭିମୁଖେ ଯାଉଥିଲା । ତେବେ କେଉଁ କାରଣରୁ ବଗିଗୁଡ଼ିକ ଲାଇନଚ୍ୟୁତ ହେଲା, ତାହା ଜଣାପଡ଼ିନି ।

ଏହି କାରଣରୁ ରେଳ ଚଳାଚଳ ଆଂଶିକ ବାଧାପ୍ରାପ୍ତ ହୋଇଥିଲା ।ଫଳରେ ବହୁ ଦହଗଞ୍ଜ ହୋଇଥିଲେ ଯାତ୍ରୀ  । ଆଜି ବି ରେଳ ଚଳାଚଳ ସ୍ୱାଭାବିକ ହୋଇ ପାରି ନ ଥିବାରୁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ୬ଟି ଟ୍ରେନ୍‌ ଚଳାଚଳକୁ ବାତିଲା କରାଯାଇଥିବା ନେଇ ସୂଚନା ଦିଆଯାଇଛି।