ଆଜି ଅନ୍ତର୍ଜାତୀୟ କଫି ଦିବସ
ଆଜି ଅନ୍ତର୍ଜାତୀୟ କଫି ଦିବସ
ଅନ୍ତର୍ଜାତୀୟ କଫି ସଂସ୍ଥାନର ସମ୍ମତିକ୍ରମେ ପ୍ରଥମ ଥର ପାଇଁ ୨୦୧୫ ଅକ୍ଟୋବର ୧ ରେ ଇଟାଲିର ମିଲାନଠାରେ କଫି ଦିବସ ପାଳନ ହୋଇଥିଲା । କଫିର ଭଲ ବ୍ୟବସାୟ ତଥା କଫି ଚାଷୀମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଏହି ଦିବସର ମୂଳ ଲକ୍ଷ । ଏହି ଦିବସ ପାଳନ ଅବସରରେ ଅନେକ କଫି ବ୍ୟବସାୟୀ ରିଆତି ଦରରେ କଫି ବିକ୍ରି କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କଫିର ଇତିହାସ ବହୁ ପୁରୁମା । ବ୍ରେଟେନରେ ପ୍ରଥମ କଫି ଦୋକାନ ୧୬୫୧ରେ ଖୋଲିଥିଲା । ପରେ ଲଣ୍ଡଲର ବିଭିନ୍ନ ଅଞ୍ଚଳରେ କଫି ଦୋକାନ ଖୋଲିଲା । ସେ ଯୁଗରେ ପୁରୁଷମାନେ ଅଧିକ ସଂଖ୍ୟାରେ କଫି ପିଉଥିଲେ । ସମୟକ୍ରମେ ଉଭୟ ମହିଳା ଓ ପୁରୁଷ କଫି ପିଇଲେ ।




admin 