ଆଖି ବୁଜିଲେ ବାଲିକୁଦା ଗାନ୍ଧୀ ଭାବେ ପରିଚିତ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ

ଆଖି ବୁଜିଲେ ବାଲିକୁଦା ଗାନ୍ଧୀ ଭାବେ ପରିଚିତ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ

ଆଖି ବୁଜିଲେ ବାଲିକୁଦା ଗାନ୍ଧୀ  ଭାବେ ପରିଚିତ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ


ଜଗତସିଂହପୁର: ଆଖି ବୁଜିଲେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଗାନ୍ଧୀ ଭାବେ ପରିଚିତ ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ହୋଇଥିଲା।  ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା  ବିଶ୍ୱନାଥ ଦାସ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  

ବାଲିକୁଦା ଗାନ୍ଧୀ ଭାବେ ପରିଚିତ ଶ୍ରୀ ଦାସ ଛାତ୍ର ଜୀବନରୁ ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ଭାରତଛାଡ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିବା ବିଶ୍ୱନାଥ ସହଯୋଗୀମାନଙ୍କ ସହ ମିଶି କଟକରେ  ବ୍ରିଟିଶ ବିରୋଧୀ ସଭା କରିଥିଲେ । ଏହି ସମୟରେ ସେ ୨  ଥର ଜେଲ୍‌ ମଧ୍ୟ ଯାଇଥିଲେ । ୨୦୧୨ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ଵତନ୍ତ୍ର ସୈନିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ୨୦୨୦  କ୍ରାନ୍ତି ଦିବସ ଅବସରରେ  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ଵାରା ଦ୍ଵିତୀୟ ଥର ସମ୍ବର୍ଦ୍ଧିତ ହୋଇଥିଲେ ଏହି ମହାନ ସ୍ଵାଧୀନତା ସଂଗ୍ରାମୀ।