ହାର୍ଦିକ, ଧାୱନ ନେବେ ନ୍ୟୁଜିଲାଣ୍ଡରେ ଭାରତୀୟ ଦଳର ନେତୃତ୍ବ

ହାର୍ଦିକ, ଧାୱନ ନେବେ ନ୍ୟୁଜିଲାଣ୍ଡରେ ଭାରତୀୟ ଦଳର ନେତୃତ୍ବ

ହାର୍ଦିକ, ଧାୱନ  ନେବେ ନ୍ୟୁଜିଲାଣ୍ଡରେ ଭାରତୀୟ ଦଳର ନେତୃତ୍ବ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଭାରତୀୟ କ୍ରିକେଟ୍‌ ଦଳ ୩ଟି ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ମ୍ୟାଚ୍‌ର ଶୃଙ୍ଖଳା ଖେଳିବ । ଏହି ୨ଟି ଶୃଙ୍ଖଳା ଲାଗି ଜାତୀୟ ବରିଷ୍ଠ ମନୋନୟନକାରୀ ପୃଥକ୍ ଭାରତୀୟ ଟ୍ବେଣ୍ଟି-୨୦ ଓ ଦିନିକିଆ ଦଳ ଘୋଷଣା କରିଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତରେ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ନେବେ। ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଶିଖର ଧାୱନ ଦିନିକିଆ ଦଳର ଅଧିନାୟକ ହେବେ। ୱିକେଟ ରକ୍ଷକ ଋଷଭ ପନ୍ତ୍‌ ଉଭୟ ଦଳର ଉପଅଧିନାୟକ ଅଛନ୍ତି। ଫଳରେ ଟି୨୦ ବିଶ୍ବକପରେ ଭାରତର ପ୍ରଥମ ପସନ୍ଦର ୱିକେଟ ରକ୍ଷକ ଦିନେଶ କାର୍ତ୍ତିକ ବାଦ୍‌ ପଡ଼ିଛନ୍ତି ।


ଭାରତୀୟ ଦିନିକିଆ ଦଳ: ଶିଖର ଧାୱନ (ଅଧିନାୟକ), ଋଷଭ ପନ୍ତ୍ (ଉପଅଧିନାୟକ/ ୱିକେଟ ରକ୍ଷକ), ଶୁବ୍‌ମାନ ଗିଲ୍‌, ଦୀପକ ହୁଡା, ଶ୍ରେୟାସ ଆୟର, ସୂର୍ୟ୍ୟକୁମାର ଯାଦବ, ସଞ୍ଜୁ ସାମ୍‌ସନ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶାହ୍‌ବାଜ୍‌ ଅହମ୍ମଦ, ଅର୍ଶଦୀପ ସିଂହ, ଉମ୍ରାନ୍ ମଲ୍ଲିକ, କୁଲଦୀପ ସେନ୍, ସାର୍ଦୁଳ ଠାକୁର ଓ ଦୀପକ ଚହର।