ଆଉ ୪ ଜୀବନ ନେଲା କରୋନା, ୮୩ ମୃତୁ୍ୟ
ଆଉ ୪ ଜୀବନ ନେଲା କରୋନା, ୮୩ ମୃତୁ୍ୟ
admin
Jul 17, 2020 - 06:00
Updated: Jul 17, 2020 - 06:00
ଭୁବନେଶ୍ୱର : ରାଜ୍ୟରେ କରୋନା ପାଇଁ ଆଉ ୪ ଜଣଙ୍କର ଜୀବନ ହାନି ଘଟିଛି । ଫଳରେ ମୃତୁ୍ୟ ସଂଖ୍ୟା ୮୩ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ଜଣେ ୬୬ ବର୍ଷୀୟ ପରୁଷ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି । ସେ ନୁ୍ୟରୋଏଣ୍ଡୋକ୍ରିନ ଟୁ୍ୟମରରେ ବି ପୀଡ଼ିତ ଥିଲେ । ସେହିପରି ଗଞ୍ଜାମର ୫୭ ବର୍ଷୀୟ ଜଣେ କରୋନା ଆକ୍ରାନ୍ତ ବି ମୃତୁ୍ୟବରଣ କରିଛନ୍ତି । ତାଙ୍କର ମଧୁମେହ ଥିଲା । ଗଞ୍ଜାମର ଅନ୍ୟ ଜଣେ ୬୦ ବର୍ଷୀୟ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଥିବାବେଳେ ସେ କିଡ଼ନୀ ରୋଗରେ ପୀଡ଼ିତ ଥିଲେ । ଗଜପତି ଜିଲ୍ଲାର ଜଣେ ୫୬ ବର୍ଷୀୟ ପୁରୁଷ କରୋନାରେ ମୃତୁ୍ୟବରଣ କରିଛନ୍ତି । ତେବେ କରୋନା ସହ ସେ ମଧୁମେହ ଓ ହୃଦରୋଗରେ ବି ପୀଡ଼ିତ ଥିଲେ ।
ଅପରପକ୍ଷରେ ଦୁଇ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତୁ୍ୟବରଣ କରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାଜପୁର ଜିଲ୍ଲାର ଜଣେ ୬୨ ବର୍ଷୀୟା ଆକ୍ରାନ୍ତ କ୍ୟାନସରରେ ପୀଡ଼ିତ ଥିଲେ । ସେହିପରି ଭଦ୍ରକର ୫୫ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ ବି ଅନ୍ୟ ରୋଗରେ ମୃତୁ୍ୟବରଣ କରିଛନ୍ତି । ଏଯାବତ ରାଜ୍ୟର ୨୬ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ମୃତୁ୍ୟ ହୋଇଛି ।