ଆଉ ନାହିଁ ଘନ କୁହୁଡ଼ି

ଆଉ ନାହିଁ ଘନ କୁହୁଡ଼ି

ଆଉ ନାହିଁ ଘନ କୁହୁଡ଼ି
ଭୁବନେଶ୍ୱର: ଦୁଇ ଦିନର ଘନ କୁହୁଡ଼ି ଆସ୍ତରଣ ପରେ ଏବେ ଆଉ ରାଜ୍ୟରେ ବିଶେଷ କୁହୁଡ଼ିର ସମ୍ଭାବନା ନାହିଁ । ରାଜ୍ୟର କିଛି ସ୍ଥାନରେ ହାଲକା କୁହୁଡ଼ି ପଡ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଶ୍ୱସ୍ତ କରିଛି । ଅନ୍ୟ ପଟେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପାରଦ ସାମାନ୍ୟ ଖସି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଜି ଭୋରୁ କଳହାଣ୍ଡି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ସୋନପୁର, କୋରାପୁଟ ଓ ନବରଙ୍ଗପୁର ରେ ହାଲୁକା କୁହୁଡ଼ି ପଡ଼ିଛି । କେନ୍ଦ୍ରର ସୂଚନା ଅନୁସାରେ ବୌଦ୍ଧ, ରାୟଗଡ଼ା, ଜଗତସିଂହପୁର, ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଥିଲା ।