ଆଉ ଜଣେ ଇକ୍‌ମୋ ଚିକିତ୍ସାଧୀନଙ୍କ ମୃତ୍ୟୁ

ଆଉ ଜଣେ ଇକ୍‌ମୋ ଚିକିତ୍ସାଧୀନଙ୍କ ମୃତ୍ୟୁ

ଆଉ ଜଣେ ଇକ୍‌ମୋ ଚିକିତ୍ସାଧୀନଙ୍କ ମୃତ୍ୟୁ

 କଟକ: ରାଜ୍ୟରେ ଆଉ ଜଣେ ଇକ୍ମୋ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ‌ମୃତ ମହିଳା ଜଣକ କଟକ ଏସସିବି ମେଡିକାଲରେ ଇକ୍ମୋ ୟୁନିଟ୍ରେ ଚିକିତ୍ସାଧୀନ ଥିଲେ। ସେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ବୋଲି ଜଣାପଡ଼ିଛି ।  ଗତ ଅଗଷ୍ଟ ମାସ ୨୯ ତାରିଖରେ ପ୍ରଥମ ରୋଗୀ ଭାବେ କଟକ ବଡ଼ ଡାକ୍ତରଖାନାରେ ଖୋଲିଥିବା ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲେ । 

ତାଙ୍କ ପରେ ପରେ ବଲାଙ୍ଗୀରର ଜଣେ ମହିଳା, କେନ୍ଦ୍ରାପଡ଼ାର ଜଣେ ବ୍ୟକ୍ତି ଓ ଭୁବନେଶ୍ୱରର ଜଣେ ବ୍ୟକ୍ତି ଇକ୍ମୋ ୟୁନିଟ୍ରେ ଭର୍ତ୍ତି ହୋଇଥିଲେ। ଏହି ତିନି ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଶେଷ ରୋଗୀ ଭାବେ ନିଶ୍ଚିନ୍ତକୋଇଲି ଅଞ୍ଚଳର ଏହି ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। କେନ୍ଦ୍ରାପଡ଼ାର ଯେଉଁ ବ୍ୟକ୍ତି ଜଣଙ୍କ ଭର୍ତ୍ତି ହୋଇଥିଲେ ତାଙ୍କର ପ୍ରଥମେ ମୃତ୍ୟୁ ଘଟିଥିଲା। ତା’ପରେ ବଲାଙ୍ଗୀରର ମହିଳା ଜଣଙ୍କ ପ୍ରାଣ ହରାଇଥିଲେ। ଯାହାକୁ ନେଇ ଏବେ ଭୟଭୀତ ଅବସ୍ଥାରେ ରାଜ୍ୟବାସୀ।