ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ : ଆଜି ଭାରତ-ବାଂଲାଦେଶ ମ୍ୟାଚ୍
ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ : ଆଜି ଭାରତ-ବାଂଲାଦେଶ ମ୍ୟାଚ୍
ଆଡିଲେଡ୍: ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟମ ସଂସ୍କରଣ ଗ୍ରୁପ-୨ ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ବୁଧବାର ଭାରତ ଓ ବାଂଲାଦେଶ ମଧ୍ୟରେ ଆଡିଲେଡ୍ରେ ଖେଳାଯିବ। ଉଭୟ ଦଳ ସମାନ ସଂଖ୍ୟକ ମ୍ୟାଚରୁ ସମାନ ପଏଣ୍ଟ ହାସଲ କରିଥିବାରୁ ନକ୍ଆଉଟ୍କୁ ଉନ୍ନୀତ ହେବା ନେଇ ଉକ୍ତ ମ୍ୟାଚ ଗୁରୁତ୍ବ ବହନ କରୁଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଗ୍ରୁପ-୨ ର ଦ୍ବିତୀୟ ସ୍ଥାନରେ ରହିଛି। ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୪ ୱିକେଟରେ ଅପ୍ରତ୍ୟାଶିତ ବିଜୟ ହାସଲ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡ୍ସକୁ ୫୬ରନରେ ସହଜରେ ପରାସ୍ତ କରିଥିଲା। ୩ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ବ୍ୟାଟିଂ ବିପର୍ୟ୍ୟୟ ଭୋଗି ୫ ୱିକେଟରେ ପରାସ୍ତ ହୋଇଥିଲା। ବ୍ୟାଟିଂ
ଅନ୍ୟପକ୍ଷରେ ସାକିବ୍ ଅଲ୍ ହାସନଙ୍କ ନେତୃତ୍ବାଧିନ ବାଂଲାଦେଶ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି।
ଉଭୟ ଦଳ ମଧ୍ୟେର ଖେଳାଯାଇଥିବା ଶେଷ ୫ଟି ଟ୍ବେଣ୍ଟି୨୦ ମ୍ୟାଚରୁ ଭାରତ ୪ଟି ଓ ବାଂଲାଦେଶ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି। ଉଭୟ ଦଳ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତା ପକ୍କା କରିବାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ଆଡିଲେଡରେ ମଙ୍ଗଳବାର ବର୍ଷା ହୋଇଥିବାରୁ ଭାରତ ଓ ବାଂଲାଦେଶ ମ୍ୟାଚ ବୁଧବାର ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି।




admin 