ଆଇପିଏସ ସୌମ୍ୟା ମିଶ୍ର ହେଲେ ଅଗ୍ନିଶମ ଏଡିଜି

ଆଇପିଏସ ସୌମ୍ୟା ମିଶ୍ର ହେଲେ ଅଗ୍ନିଶମ ଏଡିଜି

ଆଇପିଏସ ସୌମ୍ୟା ମିଶ୍ର ହେଲେ ଅଗ୍ନିଶମ ଏଡିଜି
ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ବିଭାଗର ନୂଆ ଏଡିଜି ଭାବେ ନିଯୁକ୍ତି ପାଇଛନ୍ତି ତେଲେଙ୍ଗାନା କ୍ୟାଡର ମହିଳା ଆଇପିଏସ ଅଫିସର ଡ.ସୌମ୍ୟା ମିଶ୍ର । ୧୯୯୪ ବ୍ୟାଚର ଏହି ଅଧିକାରୀ ଓଡ଼ିଶାର ପ୍ରଥମ ମହିଳା ଆଇପିଏସ ଅଫିସ । ଡେପୁଟେସନରେ ଆସିଥିବା ସୌମ୍ୟା ମିଶ୍ରଙ୍କୁ ଅଗ୍ନିଶମ ଏଡିଜି ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ସେ ତେଲେଙ୍ଗାନା ସିଆଇଡିରେ ଅବସ୍ଥାପିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ଏବେ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।