ଆଇଆଇଟି, ଏନ୍‌ଆଇଟି, ସିଏଫ୍‌ଟିଆଇରେ ନାମଲେଖା ପାଇଁ ନୂଆ ନିୟମ

ଆଇଆଇଟି, ଏନ୍‌ଆଇଟି, ସିଏଫ୍‌ଟିଆଇରେ ନାମଲେଖା ପାଇଁ ନୂଆ ନିୟମ

ଆଇଆଇଟି, ଏନ୍‌ଆଇଟି, ସିଏଫ୍‌ଟିଆଇରେ ନାମଲେଖା ପାଇଁ ନୂଆ ନିୟମ


ଭୁବନେଶ୍ୱର: ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଆଇଆଇଟି, ଏନ୍‌ଆଇଟି, ସିଏଫ୍‌ଟିଆଇରେ ନାମଲେଖା ପାଇଁ ନୂଆ ନିୟମ କରାଯାଇଛି । ଦ୍ୱାଦଶ ବୋର୍ଡରେ ୭୫ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ମିଳିବ। ଯେଉଁମାନେ ଜେଇଇ ମେନ୍‌ ଆଧାରରେ ର‌୍ୟାଙ୍କ ହାସଲ କରି ଆଇଆଇଟି, ଏନ୍‌ଆଇଟି ଓ ସିଏଫ୍‌ଟିଆଇରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନେ ଦ୍ୱାଦଶରେ ୭୫ ପ୍ରତିଶତ ମାର୍କ ରଖିଲେ ହିଁ ନାମଲେଖାଇପାରିବେ। ଏହାଛଡ଼ା ଦ୍ୱାଦଶ ପରୀକ୍ଷାରେ ଟପ୍‌ ୨୦ରେ ରହିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ନାମ ଲେଖାଇପାରିବେ।

ଆଇଆଇଟି, ଏନ୍‌ଆଇଟି, ସିଏଫ୍‌ଟିଆଇରେ ନାମଲେଖା ପାଇଁ ରଖାଯାଇଥିବା ମାନଦଣ୍ଡରେ ପରିବର୍ତ୍ତନ ଲାଗି ଦୀର୍ଘଦିନ ଧରି ଦାବି ହେଉଥିବାବେଳେ ଶିକ୍ଷା ମନ୍ତ୍ରଣାଳୟ ଏଥିରେ ସଂଶୋଧନ କରିଛି । ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱାଦଶ ବୋର୍ଡରେ ୭୫ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ ହୋଇଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ଏହା ୬୫ ପ୍ରତିଶତ ରହିଛି ।