୪ ଡାକ୍ତରଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

୪ ଡାକ୍ତରଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

୪ ଡାକ୍ତରଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ବୌଦ୍ଧ : ୪ ଡାକ୍ତରଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ବାଉଁଶୁଣି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତରଙ୍କ ଦରମା ବନ୍ଦ ନିର୍ଦ୍ଦେଶ । ସ୍ୱାସ୍ଥ୍ୟ ସେବାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗର ତଦନ୍ତ ରିପୋର୍ଟ ପାଇଲା ପରେ ଆକ୍ସନ ନେଲେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ।ସୂଚନା ଅନୁଯାୟୀ ବାଉଁଶୁଣି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ସେବାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପାଇବା ପରେ ତତ୍ପରତା ପ୍ରକାଶ କରିଥିଲେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ। ଅଭିଯୋଗକୁ ତଦନ୍ତ କରିବା ପାଇଁ ଜଣେ ଅଧିକାରୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ।

ଅଧିକାରୀ ଜଣଙ୍କ ତଦନ୍ତ ପାଇଁ ବାଉଁଶୁଣି ଚିକିତ୍ସାଳୟରେ ପହଞ୍ଚିବା ପରେ ସେଠାରେ ଜଣେ ହେଲେ ଡାକ୍ତର ଉପସ୍ଥିତ ନ ଥିଲେ । ତେବେ ଅଭିଯୋଗର ତଦନ୍ତ ପ୍ରମାଣ ପାଇବା ପରେ ଜିଲ୍ଲାପାଳ ବାଉଁଶୁଣି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତରଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।