ଅସୁସ୍ଥ ହେଲେ ଭଲ୍ୟୁଣ୍ଟର : ଅକ୍ସଫୋର୍ଡ ଟୀକା ପରୀକ୍ଷଣ ବନ୍ଦ

ଅସୁସ୍ଥ ହେଲେ ଭଲ୍ୟୁଣ୍ଟର : ଅକ୍ସଫୋର୍ଡ ଟୀକା ପରୀକ୍ଷଣ ବନ୍ଦ

ଅସୁସ୍ଥ ହେଲେ ଭଲ୍ୟୁଣ୍ଟର : ଅକ୍ସଫୋର୍ଡ ଟୀକା ପରୀକ୍ଷଣ ବନ୍ଦ
ନୂଆଦିଲ୍ଲୀ : ଅକ୍ସଫୋର୍ଡ ଟୀକାର ପରୀକ୍ଷଣକୁ ବନ୍ଦ ରଖାଯାଇଛି । ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବାରୁ ଏହି ଟୀକାର ପରୀକ୍ଷଣ ବନ୍ଦ ରଖାଯାଇଛି । ଅସୁସ୍ଥତା କାରଣରୁ ଫାର୍ମା କମ୍ପାନୀ ଆଷ୍ଟ୍ରା ଜେଙ୍କା ପକ୍ଷରୁ ପ୍ରସ୍ତୁତ କରାଯଉଥିବା ଟୀକାର ପରୀକ୍ଷଣକୁ ରୋକାଯାଇଛି । ବର୍ତ୍ତମାନ ଦେଖାଯାଇଥିବା ପାଶ୍ୱର୍ ପ୍ରତିକ୍ରିୟା ଉପରେ ଆଲୋଚନା ଜାରି ରହିଛି । ଏହି ଆଲୋଚନା ପରେ ଟୀକାର ପରୀକ୍ଷଣ ଆରମ୍ଭ କରାଯିବ ବୋଲି ଜଣାପଡିଛି । କମ୍ପାନୀ ପକ୍ଷରୁ ୩ ଟି ପର୍ଯ୍ୟାୟ ପରୀକ୍ଷଣରେ ଆମେରିକା, ୟୁକେ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାର ପ୍ରାୟ ୩୦ ହଜାରରୁ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ପରୀକ୍ଷଣ ଆରମ୍ଭ କରାଯାାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱରେ ବର୍ତ୍ତମାନ ୧୮୦ଟି ଟୀକାର ପରୀକ୍ଷଣ କରାଯାଉଛି ମାତ୍ର କୌଣସି ଗୋଟିଏ ବି ଟୀକା ଫଳପ୍ରଦ ସାବ୍ୟସ୍ତ ହୋଇନାହିଁ ।