ଅର୍ଚ୍ଚନାଙ୍କ ଜାମିନ୍‌ ଖାରଜ, ନିରାଶ ହେଲେ ଅର୍ଚ୍ଚନା ନାଗ, ଜାମିନ୍‌ ଆବେଦନ ଖାରଜ

ଅର୍ଚ୍ଚନାଙ୍କ ଜାମିନ୍‌ ଖାରଜ, ନିରାଶ ହେଲେ ଅର୍ଚ୍ଚନା ନାଗ, ଜାମିନ୍‌ ଆବେଦନ ଖାରଜ

ଅର୍ଚ୍ଚନାଙ୍କ ଜାମିନ୍‌ ଖାରଜ, ନିରାଶ ହେଲେ ଅର୍ଚ୍ଚନା ନାଗ, ଜାମିନ୍‌ ଆବେଦନ ଖାରଜ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଭୁବନେଶ୍ୱର ଜେଏମଏଫସି-୩ରେ ଜାମିନ୍‌ ଆବେଦନ ଖାରଜ ହୋଇଛି । ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଜାମିନ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି ।ପୂର୍ବରୁ ଏହି ମାମଲାକୁ ନେଇ ଇଡି ଅକ୍ଷୟଙ୍କୁ ସମନ କରିଥିଲା ।

 ସମନ କରିବା ପରେ ଦୁଇ ଦୁଇ ଥର ଇଡି କାର୍ୟ୍ୟାଳୟରେ ହାଜର ହୋଇଥିଲେ ଅକ୍ଷୟ ।ପରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ ଇଡି ସମନ କରିଥିଲା । ସମନ ପରେ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟଙ୍କୁ ମୁହାଁମୁହିଁ ଜେରା କରିଥିଲା ଇଡି । ଜେରା ସମୟରେ ଇଡି ଅନେକ ତଥ୍ୟ ପାଇଥିବା ସୂଚନା ମିଳିଛି । ସୂଚନା ଆଧାରରେ ଆଜି ଅର୍ଚ୍ଚନାଙ୍କ ଜାମିନ ଖାରଜ ହୋଇଥିବା ଜଣାପଡ଼ିଛି ।