ଅଫିସରେ କାହାକୁ ପ୍ରେମ କରୁଛନ୍ତି କି

ଅଫିସରେ କାହାକୁ ପ୍ରେମ କରୁଛନ୍ତି କି

ଅଫିସରେ କାହାକୁ ପ୍ରେମ କରୁଛନ୍ତି କି


ଏକ ସର୍ବେକ୍ଷଣରେ ଭାଗ ନେଇଥିବା ୮୫ ପ୍ରତିଶତ ଲୋକେ ନିଜ ଅଫିସ କର୍ମଚାରୀଙ୍କ ସହ ପ୍ରେମରେ ପଡନ୍ତି ବୋଲି ଜଣାପଡିଛି । କିନ୍ତୁ ଯଦି ଆପଣଙ୍କ କ୍ଷେତ୍ରରେ ଏପରି ହୁଏ, ତା ହେଲେ ଆପଣ ଆପଣଙ୍କ ସମ୍ପର୍କକୁ କିଭଳି ସୁରକ୍ଷିତ ରଖିବେ ଜାଣନ୍ତୁ,

- ସବୁବେଳେ ଗୋଟିଏ କଥା ଉପରେ ଧ୍ୟାନ ଦିଅନ୍ତୁ । ଯେପରି ଆପଣ ଦୁହିଁଙ୍କ ପ୍ରେମ ବିଷୟରେ ତୃତୀୟ ବ୍ୟକ୍ତି ନ ଜାଣି ପାରନ୍ତି ।
- ପ୍ରେମକୁ କେବେ ବି କାମ ଭିତରକୁ ଆଣନ୍ତୁ ନାହିଁ । କାମ ସମୟରେ ବିଚଳିତ ନହୋଇ ନିଜ କାମ ଦାୟିତ୍ୱର ସହ କରନ୍ତୁ ।
- ଆପଣଙ୍କ ପ୍ରେମ ସମ୍ପର୍କରେ ଯେପରି କେହି ଜାଣିନପାରନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସେଥିପାଇଁ ଅଫିସରେ ସମ୍ଭାଳିକି କଥା ହୁଅନ୍ତୁ । ମିଟିଙ୍ଗ ଆଦି ସ୍ଥାନରେ ପ୍ରଫେସନାଲି ବାର୍ତ୍ତାଳପ କରନ୍ତୁ ।
- ସମସ୍ତଙ୍କ ସାମ୍ନାରେ ନର୍ମାଲ କଥା ହୁଅନ୍ତୁ । ଏପରି କଥା ହୁଅନ୍ତୁ ନାହିଁ, ଯାହା ଦ୍ୱାରା ଆପଣ ଦୁହିଁଙ୍କ କଥା ପରବର୍ତ୍ତୀ ସମୟରେ ଅଫିସରେ ଚର୍ଚ୍ଚାର ବିଷୟ ହେବ।
- ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଅଫିସରେ କାହାକୁ ମିଡିଏଟର କରନ୍ତୁ ନାହିଁ କିମ୍ବା ତୃତୀୟ ଜଣଙ୍କୁ ଅଫିସରେ ନିଜ ପର୍ସନାଲ କଥା ସେୟାର କରନ୍ତୁ ନାହିଁ।