ଡରାଉଛି ଓମିକ୍ରନ୍‌, ଓଡ଼ିଶାରେ ପୁଣି ଜଣେ ନାବାଳକ ଆକ୍ରାନ୍ତ

ଡରାଉଛି ଓମିକ୍ରନ୍‌, ଓଡ଼ିଶାରେ ପୁଣି ଜଣେ ନାବାଳକ ଆକ୍ରାନ୍ତ

ଡରାଉଛି ଓମିକ୍ରନ୍‌, ଓଡ଼ିଶାରେ ପୁଣି ଜଣେ ନାବାଳକ ଆକ୍ରାନ୍ତ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ସମସ୍ତେ ଚିନ୍ତାରେ। ବିଭିନ୍ନ ପ୍ରକାର କଟକଣା ସତ୍ତ୍ୱେ ଓମିକ୍ରଅନ ତା’ର କାୟା ବିସ୍ତାର କରିବାରେ ଲାଗିଛି। ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟରେ ଚିନ୍ତା ବଢୁଛି। ରବିବାର ରାଜ୍ୟରେ ଆଉ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ନାଇଜେରିଆ ଫେରନ୍ତା, ଜଣେ ସାଉଦି ଆରବ ଓ ଅନ୍ୟ ଜଣେ ୟୁଏଇରୁ ଫେରିଥିବା ଜଣା ପଡିଛି। ନାଇଜେରିଆ ଫେରନ୍ତାଙ୍କ ମଧ୍ୟରେ ଅଛନ୍ତି ୯ ବର୍ଷିୟ ନାବାଳକ  । ତେବେ ଓମିକ୍ରନକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା  ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।