ଅପରାହ୍ନ ଅଧିବେଶନ ଆରମ୍ଭରୁ ପାଟିତୁଣ୍ଡ, ୧୫ ମିନିଟ ଗୃହ ମୁଲତବୀ

ଅପରାହ୍ନ ଅଧିବେଶନ ଆରମ୍ଭରୁ ପାଟିତୁଣ୍ଡ, ୧୫ ମିନିଟ ଗୃହ ମୁଲତବୀ

ଅପରାହ୍ନ ଅଧିବେଶନ ଆରମ୍ଭରୁ ପାଟିତୁଣ୍ଡ, ୧୫ ମିନିଟ ଗୃହ ମୁଲତବୀ
ଭୁବନେଶ୍ୱର: ବିଧାନସଭାରେ ଅପରାହ୍ନ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପି ସଭ୍ୟମାନେ ପାଟିତୁଣ୍ଡ କରିଛନ୍ତି । ଦିନକଟରେ ଦୁଇଟି ହାଜତ ମୃତୁ୍ୟ ଅଭିଯୋଗକୁ ନେଇ ବିରୋଧ ସଦସ୍ୟମାନେ ହୋହାଲ୍ଲା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହକୁ ୧୫ ମିନିଟ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ପ୍ରକାଶ ଯେ, ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । କରୋନା କଟକଣା ଭିତରେ ଅଧିବେଶନ ଆରମ୍ଭ ହୋଇଛି । ଶୀତ ଅଧିବେଶନର ପ୍ରଥମ ଦିନ ଆରମ୍ଭରେ ଦିବଂଗତ ନେତାଙ୍କ ଉଦେ୍ଧଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପୂର୍ବତନ ବାଚସ୍ପତି ଶରତ କର ଏବଂ ୨ ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର ଓ ଗୁରୁପଦ ନନ୍ଦଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଏହାଛଡ଼ା କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।