ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସ୍ଥିତି ଭଲ ଅଛି
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସ୍ଥିତି ଭଲ ଅଛି
admin
Apr 22, 2021 - 09:23
Updated: Apr 22, 2021 - 09:23
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ତାର କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସ୍ଥିତି ଭଲ ଅଛି । ନିୟନ୍ତ୍ରଣରେ ଅଛି ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ସେ କହିଛନ୍ତି ଯେ, କୁମ୍ଭମେଳାକୁ ୪୦୦ ଲୋକ ଯିବା ତାଲିକା ଥିଲା । ସେଥିରୁ ୨୦୦ ଫେରିଛନ୍ତି । କଟକଣାକୁ କଡ଼ାକଡ଼ି କରିବା ପାଇଁ ପ୍ରଶାସନ କାମ କରୁଛି । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଟିକାକରଣ ବଢାଯାଉଛି । ସୀମାନ୍ତବର୍ତ୍ତୀ ଜିଲ୍ଲାରେ କଟକଣା କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫୭୫ ଜଣ କ୍ୱାରେଂଟାଇନରେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୫୮୯ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୩୬, ବାଲେଶ୍ୱରରେ ୭୮, ବରଗଡ଼ରେ ୨୩୬, ଭଦ୍ରକରେ ୭୧, ବଲାଙ୍ଗୀରରେ ୨୨୬, ବୌଦ୍ଧରେ ୩୮, କଟକରେ ୩୬୦, ଦେବଗଡ଼ରେ ୩୧, ଢେଙ୍କାନାଳରେ ୧୭, ଗଜପତିରେ ୫୫, ଗଞ୍ଜାମରେ ୧୩୫, ଜଗତସିଂହପୁରରେ ୬୩, ଯାଜପୁରରେ ୧୫୪, ଝାରସୁଗୁଡ଼ାରେ ୩୫୫, କଳାହାଣ୍ଡିରେ ୪୫୨, କନ୍ଧମାଳରେ ୨୩, କେନ୍ଦ୍ରାପଡ଼ାରେ ୪୮, କେନ୍ଦୁଝରରେ ୨୦୫, ଖୋର୍ଦ୍ଧାରେ ୧୧୩୨, କୋରାପୁଟରେ ୪୫, ମାଲକାନାଗିରିରେ ୧୬, ମୟୂରଭଞ୍ଜରେ ୧୩୬, ନବରଙ୍ଗପୁରରେ ୨୦୭, ନୟାଗଡ଼ାରେ ୯୯, ନୂଆପଡ଼ାରେ ୪୫୯, ପୁରୀରେ ୨୮୬, ରାୟଗଡ଼ାରେ ୧୦୫, ସମ୍ବଲପୁରରେ ୨୨୯, ସୋନପୁରରେ ୯୯, ସୁନ୍ଦରଗଡ଼ରେ ୪୨୭ ଓ ରାଜ୍ୟ ପୁଲରେ ୨୪୧ ଜଣ ଆକ୍ରାନ୍ତ ହୋଇଛନ୍ତି ।