ଅଧିକ ପ୍ରଭାବଶାଳୀ କୋଭାକ୍ସିନ ଓ କୋଭିସିଲ୍ଡର ମିକ୍ସ ଡୋଜ୍
ଅଧିକ ପ୍ରଭାବଶାଳୀ କୋଭାକ୍ସିନ ଓ କୋଭିସିଲ୍ଡର ମିକ୍ସ ଡୋଜ୍
ନୂଆଦିଲ୍ଲୀ: ଚାରିଆଡେ ଜାରି ରହିଛି କରୋନା ମହାମାରୀର ଦ୍ୱିତୀୟ ଲହରର କହର। କେବଳ ସେତିକି ନୁହେଁ କରୋନାର ନୂଆ ନୂଆ ଭାରିଏଣ୍ଟ ବୈଜ୍ଞାନିକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ଭାରିଏଣ୍ଟଗୁଡିକୁ ମାତ ଦେବାରେ ଆଣ୍ଟିବଡି ମଧ୍ୟ କାମ ଦେଉନଥିବା ଅନେକ ଅଧ୍ୟୟନରେ କୁହାଯାଉଛି। ଏହାରି ଭିତରେ ଏକ ଖୁସି ଖବର ସାମ୍ନାକୁ ଆସିଛି।
କରୋନା ରୋଗୀଙ୍କ ଠାରେ ଅଧିକ ଫଳପ୍ରଦ ହେଉଛି ମିକ୍ସ ଡୋଜ। ସ୍ୱଦେଶୀ ଟିକା କୋଭାକ୍ସିନ୍ ଏବଂ କୋଭିସିଲ୍ଡର ମିକ୍ସ ଡୋଜ କରୋନାରୁ ଅଧିକ ସୁରକ୍ଷିତ ଦେଉଛି। ମିସ୍କ ଡୋଜ ଦେହରେ ଆଣ୍ଟିବଡିକୁ ବୃଦ୍ଧି କରିପାରିବ ବୋଲି ଆଇସିଏମ୍ଆର୍ ଦାବି କରିଛି।
ଆଇସିଏମ୍ଆର୍ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଛି ଯେ, ଭାରତରେ ତିଆରି କୋଭିସିଲ୍ଡ ଏବଂ କୋଭାକ୍ସିନ୍ର ମିକ୍ସ ଡୋଜକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରୁ ଭଲ ପରିଣାମ ସାମ୍ନାକୁ ଆସିଛି। ଟିକାର ଦୁଇଟି ଡୋଜରେ କୋଭିସିଲ୍ଡର ଗୋଟିଏ ଏବଂ କୋଭାକ୍ସିର ଗୋଟିଏ ଡୋଜ୍ କେବଳ ନିରାପଦ ନୁହେଁ, ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ ବୋଲି ଦାବି କରାଯାଇଛି।




admin 