ଅତି ସରଳ ଉପାରେ ବନାନ୍ତୁ ଛେନା ମୁଡକି
ଅତି ସରଳ ଉପାରେ ବନାନ୍ତୁ ଛେନା ମୁଡକି
admin
Dec 24, 2020 - 11:29
Updated: Dec 24, 2020 - 11:29
ଆଜି ଆମେ ଆପଣଙ୍କ ପାଇଁ ଏକ ମିଠା ରେସିପି ନେଇ ଆସିଛୁ, ଯାହାର ନାଁ ହେଉଛି ଛେନା ମୁଡକି। ଛେନା ମୁଡକି ପ୍ରାୟ ସମସ୍ତଙ୍କୁ ବହୁତ ପସନ୍ଦ। ଏହାର ଦାମ ମଧ୍ୟ ସେମିତି। ତେବେ ଏହାକୁ ଘରେ ବନାଇବାକୁ ଇଚ୍ଛା ଥିଲେ ବି ବହୁତ ପରିଶ୍ରମ ଭାବି ଅଟକି ଯାଆନ୍ତି। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏକଦମ୍ ସହଜ ଆଉ ସରଳ ଉପାୟ ନେଇ ଆସିଛୁ। ଯାହାଦ୍ୱାରା ଆପଣ ଏକଦମ୍ ଟେଷ୍ଟୀ ଛେନା ମୁଡକି ପ୍ରସ୍ତୁତ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି ବନାଇବେ।
ଆବଶ୍ୟକ ସାମଗ୍ରୀ
୨୫୦ ଗ୍ରାମ ପନୀର
ଏକ କପ୍ ଚିନି
୧ ବଡ଼ ଚାମଚ ଅଳେଇଚ ପାଉଡର
ଏକ ଛୋଟ ଚାମଚ ଗୋଲାପ ଜଳ
ପ୍ରସ୍ତୁତି ପ୍ରଣାଳୀ
ଛେନା ମୁଡକି ବନାଇବା ପାଇଁ ସର୍ବପ୍ରଥମେ ପନୀରକୁ ଛୋଟ ଛୋଟ ଖଣ୍ଡରେ କାଟି ଅଲଗା ରଖିଦିଅନ୍ତୁ। ଏବେ ମିଡିୟମ ଆଞ୍ଚରେ ଏକ ପ୍ୟାନରେ ଚିନି ଏବଂ ପାଣି ମିଶାଇ ସିରା ପ୍ରସ୍ତୁତ କରନ୍ତୁ। ସିରାକୁ ସେତେ ପର୍ଯ୍ୟନ୍ତ ଫୁଟାଇ ଚାଲନ୍ତୁ ଯେ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଭାବରେ ନହୋଇଛି।
ସିରାକୁ ଆଙ୍ଗୁଳିରେ ଚେକ କରନ୍ତୁ ଯେପର୍ଯ୍ୟନ୍ତ ଏହା ଚିପ୍ଚିପା ନହୋଇଛି। ସିରା ଭଲଭାବେ ହୋଇଗଲା ପରେ କାଟି ରଖିଥିବା ପନୀରକୁ ପ୍ୟାନରେ ପକାଇ ଦିଅନ୍ତୁ। ଏଥିରେ ଅଳେଇଚ ପାଉଡର ମିଶାନ୍ତୁ ଏବଂ ଧୀମା ଆଞ୍ଚରେ ବସାନ୍ତୁ । ଏହାକୁ ଚାମଚରେ ଗୋଳାଇ ଚାଲନ୍ତୁ ଯେତେ ପର୍ଯ୍ୟନ୍ତ ସିରା ଗାଢ଼ ନହୋଇଛି। ସିରା ଗାଢ଼ ବା ମୋଟାଳିଆ ହୋଇଗଲେ ଗ୍ୟାସ୍ ବନ୍ଦ କରିଦେଇ ସେଥିରେ ଗୋଲାପ ଜଳ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଟେଷ୍ଟି ଛେନା ମୁଡକି।