ଅଡୁଆରେ ସିସୋଦିଆ, ଲୁକ୍ ଆଉଟ୍ ନୋଟିସ୍ ଜାରି
ଅଡୁଆରେ ସିସୋଦିଆ, ଲୁକ୍ ଆଉଟ୍ ନୋଟିସ୍ ଜାରି
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଏହି ସର୍କୁଲାରରେ ସେହି ସମସ୍ତ ବ୍ୟକ୍ତିଙ୍କ ନାଁ ରହିଛି ଯେଉଁମାନଙ୍କ ବିରୁଦ୍ଧରେ ସିବିଆଇ ୠଓଜ ରୁଜୁ କରିଛି। ଏହି ନୋଟିସ ଜାରି ହେବା ପରେ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ଆଉ ଦେଶ ଛାଡି ବିଦେଶକୁ ଯାଇ ପାରିବେ ନାହିଁ । ଯଦି ସେ ଏହାକୁ ଅବମାନନା କରନ୍ତି ତେବେ ତାଙ୍କୁ ଗିରଫ କରାଯିବ।
ତେବେ ସିବିଆଇ ଦ୍ୱାରା ଜାରି କରାଯାଇଥିବା ନୋଟିସ୍ରେ ମୁମ୍ବାଇର ଏଣ୍ଟରଟେନମେଣ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସିଇଓ ବିଜୟ ନାୟରଙ୍କ ନାଁ ସାମିଲ ନାହିଁ। ପ୍ରକୃତରେ ବିଜୟ ନାୟାର ତାଙ୍କ ବ୍ୟକ୍ତିଗତ କାମ ପାଇଁ ଦେଶ ବାହାରେ ଅଛନ୍ତି। ଶନିବାର ଦିନ ନାୟାର ଏକ ବିବୃତ୍ତି ଜାରି କରି କହିଥିଲେ ଯେ ମୁଁ ଦେଶ ଛାଡି ପଳାଇ ନାହିଁ କିନ୍ତୁ ମୋର ବ୍ୟକ୍ତିଗତ କାମ ଯୋଗୁ ବାହାରକୁ ଆସିଛି।
ଏହା ପୂର୍ବରୁ ସିବିଆଇ ଏହି ମାମଲାରେ ଶନିବାର ପଚରାଉଚରା ଆରମ୍ଭ କରିଥିଲା ଓ ତିନି ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଥିଲା। ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍ଆଇଆର୍ରେ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାଁ ସାମିଲ ଅଛନ୍ତି। ଏଥିରୁ ୩ ଜଣ ଅଭିଯୁକ୍ତଙ୍କୁ ଗତକାଲି ସିବିଆଇ ଅଫିସକୁ ଡକାଇ ପୁଚରାଉଚରା କରିଥିଲା।
ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ପ୍ରକାଶ କରିଥିଲେ। ସେ କହିଥିଲେ, ‘କେନ୍ଦ୍ର ସରକାର ଦିଲ୍ଲୀର ଶିକ୍ଷା କ୍ଷେତ୍ରରେ କରାଯାଇଥିବା ବଡ କାମ ଉପରେ ବ୍ରେକ୍ ଲଗାଇବାକୁ ଚାହୁଁଛନ୍ତି। ସେଥିପାଇଁ ମୋତେ ୨ରୁ ୪ ଦିନ ମଧ୍ୟରେ ଗିରଫ କରାଯାଇପାରେ।’
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସିବିଆଇ ସିସୋଦିଆଙ୍କ ବାସଭବନରେ ରେଡ୍ କରିଥିଲା। ଏଥିସହ କିଛି ସରକାରୀ ଅଫିସର ଓ ବ୍ୟବସାୟୀଙ୍କ ଠିକଣା ସମେତ ୩୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ଜବତ ହୋଇଥିଲା। ଏଗୁଡିକର ତଦନ୍ତ ଚାଲିଛି।




admin 