ଅଜଣା ଗାଡି ଧକାରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ

ଅଜଣା ଗାଡି ଧକାରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ

ଅଜଣା ଗାଡି ଧକାରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ
ମାହାଙ୍ଗା : କଟକ ଜିଲା ମାହାଙ୍ଗା ଅନ୍ତର୍ଗତ ଥାନା ଭଦ୍ରେଶ୍ୱର ଫାଣ୍ଡି ସାହାନିଆଯ ପୁର ନିକଟ ମୁଣ୍ଡିଲୋ ଅନ୍ତଗୋପାଳ ରୋଡ଼ ନିକଟରେ ଆଜି ସକାଳୁ ଏକ ଅଜଣା ଗାଡି ଧକାରେ ଜଣେ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତ ସାହାନିୟାଜପୁର ଗ୍ରାମର ଅକ୍ଷୟ ସୁତାରଙ୍କ ପୁଅ ନିହାର ରଞ୍ଜନ ସୁତାର ବୋଲି ଚି଼ହ୍ନଟ ହୋଇଛନ୍ତି । ଦୁର୍ଘଟଣା ଘଟିଥିବା ସ୍ଥାନଟି ମାହାଙ୍ଗା ଥାନା ଓ ଡେରାବିଶ ଥାନାର ମଧ୍ୟସ୍ଥଳ ହୋଇଥିବାରୁ ଏପର୍ୟ୍ୟନ୍ତ ଏହା କେଉଁ ଥାନାର ବୋଲି ଜଣାପଡିନଥିବାରୁ ଶବ ବ୍ୟବଛେଦ ନେଇ ବିବାଦ ଦେଖାଦେଇଛି । ଘଟଣାସ୍ଥଳରେ ଏହାକୁ ନେଇ ଉତେଜନା ଲାଗି ରହିଛି ।