ଅଙ୍ଗୁର ଖାଆନ୍ତୁ ଚିକ୍ ଚିକ୍ ହୁଅନ୍ତୁ.....

ଅଙ୍ଗୁର ଖାଆନ୍ତୁ ଚିକ୍ ଚିକ୍ ହୁଅନ୍ତୁ.....

ଅଙ୍ଗୁର ଖାଆନ୍ତୁ ଚିକ୍ ଚିକ୍ ହୁଅନ୍ତୁ.....
ତ୍ୱଚାକୁ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରେ ଅଙ୍ଗୁର । ଆମେରିକାର ଅଲବାମା ବିଶ୍ୱ ବିଦ୍ୟାଳୟର ଗବେଷକମାନେ ଅଧ୍ୟୟନରେ ଏହା ଦାବି କରିଛନ୍ତି । ଗବେଷଣା ଅନୁସାରେ, ସୂର୍ଯ୍ୟଙ୍କ ହାନିକାରକ ଅତି ବାଇଗଣି ରଶ୍ମି ଯୋଗୁଁ ତ୍ୱଚାକୁ ପହଞ୍ଚୁଥିବା କ୍ଷତି ଓ ସନବର୍ଣ୍ଣରୁ ଯଦି ରକ୍ଷା ପାଇବାକୁ ଚାହୁଁଛନ୍ତି, ତେବେ ଅଙ୍ଗୁର ଖାଆନ୍ତୁ । ଏଥିରେ ଥିବା ପଲିଫିନଲ ତ୍ୱଚାରକୁ କ୍ଷତି ପହଞ୍ଚାଇବାରୁ ରକ୍ଷା କରେ । ଉକ୍ତ ବିଶ୍ୱ ବିଦ୍ୟାଳୟର ଗବେଷକ କ୍ରେଗ ଏଲିମେଟସ କହନ୍ତି, ଅଙ୍ଗୁରକୁ ଖାଦ୍ୟ ତାଲିକାରେ ସାମିଲ କରିବା ଉଚିତ । ଏହା ସନସ୍କି୍ରନ ଭଳି କାମ କରେ । ତ୍ୱଚାକୁ କ୍ଷତି ହେବାରୁ ଏହା ରକ୍ଷା କରିପାରେ । ଅତି ବାଇଗଣି ରଶ୍ମିକୁ ସହ୍ୟ କରିବା ପାଇଁ ଏହା ତ୍ୱଚାର କ୍ଷମତା ବଢ଼ାଇଥାଏ । ଫଳରେ କୋଷିକା ଗୁଡ଼ିକୁ କ୍ଷତି ପହଞ୍ଚି ନଥାଏ । ଅଙ୍ଗୁର ତ୍ୱଚା ପାଇଁ କେତେ ପ୍ରଭାବଶାଳୀ, ଏହାକୁ ବୁଝିବା ପାଇଁ ବୈଜ୍ଞାନିକମାନେ ୧୪ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ଉପରେ ଲକ୍ଷ୍ୟ କଲେ । ଅଧ୍ୟୟନରେ ସାମିଲ ଲୋକଙ୍କୁ ଦୁଇ ଭାଗରେ ବିଭକ୍ତ କରାଗଲା । ପ୍ରଥମ ଦଳର ଲୋକେ ଅଙ୍ଗୁର ଖାଇଲେ ନାହିଁ । ଅନ୍ୟ ପକ୍ଷେ, ୨ୟ ଦଳର ଲୋକେ ଅଙ୍ଗୁର ଖାଇଷଲ । ଉଭୟ ଦଳର ଲୋକଙ୍କ ଉପରେ ୧୪ ଦିନ ଧରି ଅତି ବାଇଗଣି ରଶ୍ମିର ପ୍ରଭାବକୁ ସେମାନେ ପରୀକ୍ଷା କଲେ । ଅଧ୍ୟୟନକୁ ବୁଝିବା ପାଇଁ ଗବେଷକମାନେ ତ୍ୱଚାର ଅଂଶ ନେଇ ତା’ର ଯାଞ୍ଚ କରିଥିଲେ ।