ଏହି ଘରୋଇ ଉପାୟରେ ଶୁଖିଲା କାଶକୁୁ ଦୂର କରନ୍ତୁ

ଏହି ଘରୋଇ ଉପାୟରେ ଶୁଖିଲା କାଶକୁୁ ଦୂର କରନ୍ତୁ

ଏହି ଘରୋଇ ଉପାୟରେ ଶୁଖିଲା କାଶକୁୁ ଦୂର କରନ୍ତୁ
କାଶ ହେଲେ ଗଳା ଦରଜ ହେବା ସହ ଛାତି ଉପରେ ମଧ୍ୟ ଚାପ ପକାଇଥାଏ । ଋତୁ ପରିବର୍ତ୍ତନ ହେଲେ ଲୋକମାନେ ଅନେକ ସଂକ୍ରମଣର ଶିକାର ହୋଇ ଥଣ୍ଡା ଜ୍ୱରରେ ପଡ଼ିଥାନ୍ତି । ଯାହା ପରେ କାଶ ହେବାର ସମସ୍ୟା ଆରମ୍ଭ ହୋଇଥାଏ । ବିଶେଷ କରି ଶୁଖିଲା କାଶ ଲୋକମାନଙ୍କୁ ଅଧିକ ଯନ୍ତ୍ରଣା ଦେଇଥାଏ । ପେଟ ଗରମ ବା ଶରୀରରେ ଜଳୀୟଅଂଶ କମିଗଲେ ଶୁଖିଲା କାଶ ଭଳି ସମସ୍ୟା ଆରମ୍ଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଘରୋଇ ଉପାୟ ଆପଣାଇ ଆପଣମାନେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । • ଶୁଖିଲା କାଶର ସମସ୍ୟା ଦେଖାଗଲେ ଅଧା ଚାମଚ ମହୁରେ କିଛି ଡ଼ାଲଚିନି ପାଉଡ଼ର ମିଶାଇ ସେବନ କରନ୍ତୁ । ଏହାକୁ ସେବନ କରିବାର କିଛି ସମୟ ପରେ ସୁଖିଲା କାଶ ଭଲ ହୋଇଯିବ । • ଗରମ ପାଣିରେ ଗୋଲ ମରିଚର ଦୁଇଟି ଦାନା ପକାଇ ଗଳ ଗଳ କରନ୍ତୁ । ଏହା ଦ୍ୱାରା ଆରମ ମିଳିବ । • ଅଧା ଚାମଚ ପିଆଜ ରସରେ ଗୋଟେ ଛୋଟ ଚାମଚ ମହୁ ମିଶାଇ ଦିନକୁ ଦୁଇଥର ସେବନ କରନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଶୁଖିଲା କାଶର ସମସ୍ୟା ଦୂର ହୋଇଯିବ । • ତୁଳସୀ ପତ୍ରର ଚା’ ତିଆରି କରି ପିଇବା ଦ୍ୱାରା ମଧ୍ୟ କାଶ ହେବା ବନ୍ଦ ହୋଇଯାଇଥାଏ ।