ଥାନା ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

ଥାନା ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

ଥାନା ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ
ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ କାଣ୍ଡ । ବାସୁଦେବପୁର ଥାନା ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି । ପୋଲିସ ଅଭିଯୋଗ ଶୁଣୁ ନଥିବା କହି ଆତ୍ମାହୁତି ଉଦ୍ୟମ କରିଥିଲେ । କିରାସିନି ଢାଲି ଦେହରେ ନିଆଁ ଲଗାଇବା ବେଳେ ଅଟକାଇଲା ପୋଲିସ । ଜମିଜମା ନେଇ ପଡୋଶୀଙ୍କ ସହ ମହିଳାଙ୍କ ଗଣ୍ଡଗୋଳ ହୋଇଥିଲା । ବାରମ୍ଭାର ଅଭିଯୋଗ ପରେ ପୋଲିସ କୌଣସି କଥା ଶୁଣୁନଥିବା ବୋଲି ମହିଳା ଜଣଙ୍କ କହିଛନ୍ତି । ପୋଲିସ ଅଭିଯୋଗ ଶୁଣୁନଥିବାରୁ ଆତ୍ମହତ୍ୟା ଉଦ୍ୟମ ଭଳି କାଣ୍ଡ ଘଟାଇଲେ ।