ମେ ୩ରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ପାଇଁ ବିଜ୍ଞପ୍ତି

ମେ ୩ରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ପାଇଁ ବିଜ୍ଞପ୍ତି

ମେ ୩ରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ପାଇଁ ବିଜ୍ଞପ୍ତି
କଟକ : କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଏଥର ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ସମୟରେ ପରିବର୍ତ୍ତନ କରାଯାଇଛି । ଏଥର ହାଇକୋର୍ଟରେ ପୂର୍ବ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଗ୍ରୀଷ୍ମ ଅବକାଶ ଘୋଷଣା କରାଯାଇଛି । ପୂର୍ବରୁ ମେ ୨୪ରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇ ଜୁନ୍ ୧୬ ତାରିଖରେ ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା । ଏଥିରେ ପରିବର୍ତ୍ତନ କରାଯାଇଛି । ମେ ୨୪ ପରିବର୍ତ୍ତେ ମେ ୩ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେବ ବୋଲି ହାଇକୋର୍ଟ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ମେ ୩ରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୬ ତାରିଖ ରବିବାର ପଡୁଥିବା ବେଳେ ଜୁନ ୭ ତାରିଖରେ କୋର୍ଟ ଖୋଲିବ । ରଜ ଉତ୍ସବ ପାଇଁ ଜୁନ୍ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ରହିବ । ଏହା ଦ୍ୱାରା ହାଇକୋର୍ଟ କ୍ୟାଲେଣ୍ଡରରେ ଆଂଶିକ ପରିବର୍ତ୍ତନ କରାଯାଇଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଗ୍ରୀଷ୍ମ ଅବକାଶ ସମୟରେ ହାଇକୋର୍ଟରେ କେବଳ ଭର୍ଚୁଆଲ ମୋଡରେ ମାମଲା ଶୁଣାଣି ହେବ । ସେହିଭଳି ଭାବେ ନିମ୍ନ ଅଦାଲତ (ସବଅର୍ଡିନେଟ୍ କୋର୍ଟ) ପାଇଁ ମଧ୍ୟ ଗ୍ରୀଷ୍ମ ଅବକାଶ ଆଗୁଆ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ନିମ୍ନ ଅଦାଲତରେ ମେ ୨୨ ତାରିଖ ପରିବର୍ତ୍ତେ ମେ ୩ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇ ଜୁନ ୫ରେ ଶେଷ ହେବ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଷ୍ମ ଅବକାଶ ପରେ ଜୁନ ୭ରେ ନିମ୍ନ ଅଦାଲତ ଖୋଲିବ । ଅନ୍ୟପକ୍ଷରେ ଜୁନ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରଜ ଉତ୍ସବ ପାଇଁ ଅଦାଲତ ଛୁଟି ରହିବ । ଅବକାଶ ସମୟରେ ନିମ୍ନ ଅଦାଲତ ଭର୍ଚୁଆଲ ମୋଡରେ କାର୍ଯ୍ୟ କରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।