ଅଙ୍ଗନୱାଡି କେନ୍ଦ୍ରରେ ପୁଣି ତାଲା , ଉଚ୍ଚନ୍ୟାୟାଳୟ ଦ୍ୱାରସ୍ଥ ହେଲେ ନର୍ମଦା
ଅଙ୍ଗନୱାଡି କେନ୍ଦ୍ରରେ ପୁଣି ତାଲା , ଉଚ୍ଚନ୍ୟାୟାଳୟ ଦ୍ୱାରସ୍ଥ ହେଲେ ନର୍ମଦା
admin
Dec 13, 2019 - 01:23
Updated: Dec 13, 2019 - 01:23
ଭୁବନ (ସଞ୍ଜୟ କୁମାର ନାୟକ)- ଢେଙ୍କାନାଳ ଜିଲା ଭୁବନ ବ୍ଲକର ଏକ ଅଙ୍ଗନୱାଡି କେନ୍ଦ୍ରଟି ଜନୈକ ବ୍ୟକ୍ତିଙ୍କ ନଜସ୍ୱ ଜମିରେ ନିର୍ମାଣ ହୋଇଥିବା ଅଭିଯୋଗରେ ସଂପୃକ୍ତ ବ୍ୟକ୍ତ ତାଲା ପକାଇଥିଲେ । ଦୀର୍ଘ ବର୍ଷ ଦୁଇ ବର୍ଷ ଦଶ ମାସ ପରେ ତାଲା ଖୋଲି ଥିଲା । ଖୋଲିବାର ଅପରାହ୍ନରେ ପୁନଃ ତାଲା ପଡିଛି । ଏନେଇ ଜମି ମାଲିକାନା ଦାୟର କରୁଥିବା ମାଲିକାଣୀ ମାନ୍ୟବର ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ଜଣାଇଛନ୍ତି ।
ଖବର ନେବା ରେ ଜଣାଯାଏ ଯେ ଭୁବନ ତହସିଲ ଅଧିନସ୍ଥ ମହୁଳପାଳ ରାଜସ୍ୱ ସର୍କଳ ଅଧିନସ୍ଥ ପୁରୁଷୋତମପୁର ମୈାଜାଟିର ଖାତା ନଂ ୧୭୯ ରେ ବେଣୁଧର ଦାଶଙ୍କ ଓଗେରରେ ରହିଛି ୪୦ଟି ପ୍ଲଟ । ସମୁଦାୟ ଏ୫.୩୯ଡେସିମିଲି ଅଟେ ।ଏହି ଜମି ମଧ୍ୟରୁ ୧୩୪୬/୩୦୪୬ ପ୍ଲଟଟିରେ ଥିବା ଏ୦.୦୫ଡେସିମିଲିକୁ ବେଣୁଧରଙ୍କ ସମୟରେ ବିଦ୍ୟାଳୟକୁ ଦାନ କରାଯାଇଥିଲା । ଏହି ପରିମିତ ଜମିରେ ବିଦ୍ୟାଳୟ ଦଖଲ ଥିବା ମନ୍ତବ୍ୟ ଘରେ ଉଲ୍ଲେଖ ରହିଛି । କିନ୍ତୁ ପ୍ଲଟ ନଂ ୨୩୭୮/୩୨୩୬କୁ ନୃସିଂହ ଦାଶଙ୍କ ଠାରୁ ସାଧାଚୁକ୍ତି ବଳରେ ୨୯.୦୩.୭୬ ମସିହାରୁ କିଣିଥିବା ପଟ୍ଟାର ମନ୍ତବ୍ୟ ସ୍ଥାନରେ ଉଲ୍ଲେଖ ରହିଛି । ଆମ ପୂର୍ବ ପୁରୁଷ ୫ଡେସିମିଲି ଜାଗା ଦାନ କରିବା ପରେ ପୁନଃ୯ଡେସିମିଲିକୁ ଜବରଦସ୍ତ ଦଖଲକୁ ନେଇ ସେହି ସ୍ଥାନରେ ଅଙ୍ଗନଦ୍ୱାଡି ନିର୍ମାଣ କରାଯାଇଛି । ଏ ନେଇ ବେଣୁୁଧର ଦାଶଙ୍କ ବଂଶଜ ସୁରେନ୍ଦ୍ର ଦାଶଙ୍କ ବୋହୁ ନର୍ମଦା ଦାଶ ଭୁବନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୫ ନଭେମ୍ବର୨୦୧୨ରେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାଯାଇଛି । କେବଳ ବିଡିଓ ନୁହନ୍ତି ଜିଲାପ୍ରଶାସନଙ୍କୁ ମଧ୍ୟ ଅବଗତ କରାଇଥିଲେ । କେହି କର୍ଣ୍ଣପାତ କରିନଥିଲେ । ବରଂ ଏହି ସ୍ଥାନରେ ଅଙ୍ଗନୱାଡି ନିର୍ମାଣ କରାଇବାରେ ସଫଳ ହୋଇଥିଲେ । ଅଙ୍ଗନୱାଡି ଘର ନିର୍ମାଣ କରିବା ବେଳେ ଜିପିଟିଏ ବିକ୍ରମ ସାମଲଙ୍କୁ ବାରମ୍ବାର ଭେଟି ଅଭିଯୋଗ କରିଥିଲେ । ଏହି ଘରର ନିର୍ମାଣ କାର୍ଯ୍ୟ ନିଜେ ଅଙ୍ଗନୱାଡି କର୍ମୀ ବନିତା ପଣ୍ଡାଙ୍କ ସ୍ୱାମୀ ବୀରବର ପଣ୍ଡା ଜୋରଜବରଦସ୍ତ ନିର୍ମାଣ କରିଥିବା ନର୍ମଦା ମାନ୍ୟବର ଉଚ୍ଚନ୍ୟାୟାଳୟରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି ।
ସୂଚନାଯୋଗ୍ୟ ଏହି ଜମିଟି ବୋବନେ୍ଦାବତ୍ସ୍ୱତ୍ୱ ଅଟେ । କିନ୍ତୁ ଏହି ସ୍ୱତ୍ୱ ଉଚ୍ଚେଦ ହୋଇଥିଲେ ବି ଅଦ୍ୟାବଧି ଖଜଣା ଧାର୍ଯ୍ୟ କରାଯାଇନାହିଁ । ମାତ୍ର ୨୫ ଟଙ୍କା ଗ୍ରହଣ କରାଯାଉଛି । ଭୁବନ ତହସିଲ ତରଫରୁ ମଧ୍ୟ ଜୋରିମାନା ଆଦାୟ କରାଯାଇଛି । ଅପରପକ୍ଷେ ଅଙ୍ଗନୱାଡି ନିର୍ମତି ହୋଇଥିବା ସ୍ଥାନଟି ପ୍ଲଟ ନଂ ୧୩୪୬/୩୦୪୬ ଅଟେ । ଯାହା ୧୯୮୩ ମସିହା ବନେ୍ଦାବସ୍ତ ସମୟରେ ବି ପୁରୁହୋତମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧିନରେ ରହିଆସିଅଛି । ସେହି ସ୍ଥାନରେ ଠିକଣା ଭାବରେ ଗୃହ ନିର୍ମାଣ କରାଯାଇଛି । ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ଜିଲାପାଳଙ୍କ ନିଦେ୍ର୍ଧଶକ୍ରମେ ଭୁବନ ତହସିଲଦାର ଶକ୍ତକାନ୍ତ ରାୟ , ଥାନାଧିକାରୀ ନିର୍ମଳା ଗୋଚ୍ଚାୟତ , ସମନନ୍ୱତ ଶିଶୁ ବିକାଶ ଅଧିକାରୀଣୀ ପ୍ରମୋଦିନୀ ତ୍ରୀପାଠୀ ଘଟଣାସ୍ଥଳରେ ପହଁଚି ତାଲା ଖୋଲିଥିଲେ । ଗ୍ରାମ ସଭାପତି ଅର୍ଜୁନ ମିଶ୍ରଙ୍କ ଉପସ୍ଥିତିରେ ଅଙ୍ଗନୱାଡି କର୍ମୀ ବନିତା ପଣ୍ଡାଙ୍କୁ ଚାବି ହସ୍ତାନ୍ତର କରିଥିଲେ । କିନ୍ତୁ ତାଲା ଖୋଲା ଯିବାର ଅପରାହ୍ନରେ ପୁଣି ଏହି କେନ୍ଦ୍ରରେ ପ୍ରଶାସନକୁ ଚ୍ୟାଲେଂଜ କରି ପୁନଃ ତାଲା ପଡିଛି । ଖାଲି ତାଲା ପଡିବାରେ ଅଟକି ନାହିଁ ଏହି ଘଟଣା । ପୁରୁଷୋତମପୁର ଉପ୍ରା ବିଦ୍ୟାଳୟ ପରିସରରେ ଏହି କେନ୍ଦ୍ରଟି ଥିବାରୁ କେହି ଦୁବୃତ ବିଦ୍ୟାଳୟର ପ୍ରାଚୀରକୁ ଭାଙ୍ଗିଦେଇଛି ।ସୂଚନାଯୋଗ୍ୟ ଏହି କେନ୍ଦ୍ରଟିରେ ମାତ୍ର ୪ ଦିନ ବିଦ୍ୟାର୍ଥୀ ମାନେ ପାଠ ପଢିବା ପରେ ତାଲା ପଡିଥିଲା । ୨ବର୍ଷ ୧୦ ମାସ ପରେ ତାଲା ଖୋଲିବାର ୪ଘଣ୍ଠା ପରେ ପୁଣି ତରେ ତାଲା ପଡିଛି । ପ୍ରଶାସନ ନିକଟକୁ ପୁରୁଷୋତମପୁର ବାସିନ୍ଦା ଦୈାଡି ଦୈାଡି ନୟାନ୍ତ ହେଲେଣି । ଅଥଚ କୁନି ବିଦ୍ୟାର୍ଥୀଙ୍କ ଭାଗ୍ୟସହ ଖେଳି ଚାଲିଛି ବୋଲି କୁହନ୍ତି ଗ୍ରାମବାସୀ ।